Advertisment

ବାହା ହେବାକୁ ଆମେରିକାରୁ ପଞ୍ଜାବ ଆସିଥିଲେ ୭୧ ବର୍ଷୀୟ ବୃଦ୍ଧା, କିନ୍ତୁ ପୋଡ଼ି ମାରି ଦେଲେ

ଚରଣଜିତଙ୍କ ନିମନ୍ତ୍ରଣ ପାଇ ରୁପିନ୍ଦର ପଞ୍ଜାବ ଆସିଥିଲେ। ହେଲେ ତାଙ୍କୁ ବାହା ହେବା ପାଇଁ ନିମନ୍ତ୍ରଣ କରିଥିବା ଚରଣଜିତ ସିଂହ ଗ୍ରେୱାଲ ହିଁ ତାଙ୍କୁ ହତ୍ୟା କରିଥିଲେ।

Punjab

Punjab

Advertisment

ଅନେକ ଆଶା ଓ ବିଶ୍ୱାସର ସହ ସୁଦୂର ଆମେରିକାରୁ ବାହା ହେବା ପାଇଁ ଭାରତର ପଞ୍ଜାବକୁ ଆସିଥିଲେ ଜଣେ ୭୧ ବର୍ଷୀୟ ମହିଳା। ସେ ଭାରତୀୟ ବଂଶୋଦ୍ଭବ ହୋଇଥିଲେ ହେଁ ଆମେରିକାର ନାଗରିକତା ହାସଲ କରିଛନ୍ତି। ସେ ବ୍ରିଟେନରେ ରହୁଥିବା ଏନଆରଆଇଙ୍କୁ ବାହା ହେବାକୁ ଚାହୁଁଥିଲେ। ଏନଆରଆଇଙ୍କ ବୟସ ୭୫ ବର୍ଷ। ସେ ଏନଆରଆଇଙ୍କୁ ବାହାକୁ ଆମେରିକାର ସିଟ୍ଟଲେରୁ ପଞ୍ଜାବକୁ ଆସିବା କ୍ଷଣି ତାଙ୍କୁ ପୋଡ଼ି ହତ୍ୟା କରାଯାଇଥିଲା। 

Advertisment

ବାସ୍ତବରେ ପୂରା ଘଟଣା ଜୁଲାଇ ମାସରେ ଘଟିଥିବା ବେଳେ ବୁଧବାର ସାମ୍ନାକୁ ଆସିଛି। ଲୁଧିଆନା ପୁଲିସ୍‌ ଏହି ଭୟଙ୍କର ଘଟଣାରେ ଜଣଙ୍କୁ ଗିରଫ କରିବା ପରେ ସମସ୍ତେ ଏ ସମ୍ପର୍କରେ ଜାଣିବାକୁ ପାଇଛନ୍ତି। ମହିଳାଙ୍କ ନିଖୋଜ ନେଇ ରୁଜୁ ହୋଇଥିବା ଏଫଆଇଆରରେ ପ୍ରଥମଥର ପାଇଁ ପୁଲିସ୍‌ ଅଭିଯୁକ୍ତମାନଙ୍କ ନାଁ ବି ଉଲ୍ଲେଖ କରିଛି।

ପୁଲିସ୍‌ କହିଛି ଯେ ରୁପିନ୍ଦର କୌର ପାନ୍ଧେର ୭୫ ବର୍ଷୀୟ ଏନଆରଆଇ ଚରଣଜିତ ସିଂହ ଗ୍ରେୱାଲଙ୍କୁ ବାହା ହେବାକୁ ଚାହୁଁଥିଲେ। ସେ ବ୍ରିଟେନରେ ରହୁଥିଲେ ହେଁ ତାଙ୍କ ଘର ଲୁଧିଆନାରେ। ଚରଣଜିତଙ୍କ ନିମନ୍ତ୍ରଣ ପାଇ ରୁପିନ୍ଦର ପଞ୍ଜାବ ଆସିଥିଲେ। ହେଲେ ତାଙ୍କୁ ବାହା ହେବା ପାଇଁ ନିମନ୍ତ୍ରଣ କରିଥିବା ଚରଣଜିତ ସିଂହ ଗ୍ରେୱାଲ ହିଁ ତାଙ୍କୁ ହତ୍ୟା କରିଥିଲେ। 

Advertisment

ପୁଲିସ୍‌ର କହିବା କଥା ଯେ ରୁପିନ୍ଦରଙ୍କ ଭଉଣୀ କମଳ କୌର ଖୈରା ପ୍ରଥମେ ପୂରା ଘଟଣା ଉପରେ ସନ୍ଦେହ ପ୍ରକାଶ କରିଥିଲେ। ଜୁଲାଇ ୨୪ରେ ଯେତେବେଳେ ରୁପିନ୍ଦରଙ୍କ ମୋବାଇଲ ସୁଇଚ ଅଫ ହୋଇଯାଇଥିଲା କୌର ପୂରା ବ୍ୟସ୍ତ ହୋଇଯାଇଥିଲେ। ଏହାପରେ ସେ ଜୁଲାଇ ୨୮ରେ ନୂଆଦିଲ୍ଲୀରେ ଥିବା ଆମେରିକା ଦୂତାବାସ ସହ ଯୋଗାଯୋଗ କରିଥିଲେ। ଦୂତାବାସ ପକ୍ଷରୁ ରାଜ୍ୟ ପୁଲିସ୍‌କୁ ଘଟଣାର ଯାଞ୍ଚ କରିବା ପାଇଁ କୁହାଯାଇଥିଲା।

ପୁଲିସ୍‌ ତଦନ୍ତ କରି ଗତ ସପ୍ତାହରେ ହିଁ କୌରଙ୍କ ପରିବାର ବର୍ଗଙ୍କୁ ରୁପିନ୍ଦରଙ୍କ ମୃତ୍ୟୁ ସମ୍ପର୍କରେ ଖବର ଦେଇଥିଲା। ରୁପିନ୍ଦରଙ୍କୁ ହତ୍ୟା କରିବା ଘଟଣାରେ ପୁଲିସ୍‌ ସୁଖଜିତ ସିଂହ ସୋନୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସେ ରୁପିନ୍ଦରଙ୍କୁ ନିଜ ଘରେ ହତ୍ୟା କରିବା ପରେ ଷ୍ଟୋର ରୁମରେ ପୋଡ଼ି ଦେଇଥିବା ସ୍ୱୀକାର କରିଛି। ରୁପିନ୍ଦରଙ୍କୁ ହତ୍ୟା କରିବା ପାଇଁ ଗ୍ରେୱାଲ ତା’କୁ ୫୦ ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲେ। ୫୦ ଲକ୍ଷ ଟଙ୍କା ଲୋଭରେ ସୋନୁ ହତ୍ୟାକାଣ୍ଡ ଘଟାଇଥିବା ପୁଲିସ୍‌ କହିଛି।

ହତ୍ୟା ପଛରେ ଆର୍ଥିକ କାରବାର ରହିଥିବା ପୁଲିସ୍‌ ଜାଣିବାକୁ ପାଇଛି। ବାହା ହେବାକୁ ଆସିବା ପୂର୍ବରୁ ରୁପିନ୍ଦର ବିପୁଳ ମାତ୍ରାରେ ଟଙ୍କା ଗ୍ରେୱାଲଙ୍କ ଆକାଉଣ୍ଟକୁ ପଠାଇ ଥିଲେ। ସମ୍ଭବତଃ ଏସବୁ ହଡ଼ପ କରିବା ପାଇଁ ଗ୍ରେୱାଲ ତାଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

ପୁଲିସ୍‌ ଗ୍ରେୱାଲଙ୍କୁ ଖୋଜୁ ଥିବା ବେଳେ ସେ ଫେରାର ରହିଛନ୍ତି। ସେହିପରି ପୀଡ଼ିତାଙ୍କ କଙ୍କାଳ ଓ ଅନ୍ୟାନ୍ୟ ପ୍ରମାଣକୁ ସୋନୁର କଥାରେ ଏକାଠି କରିବାକୁ ପୁଲିସ୍‌ ଲାଗି ପଡ଼ିଛି।

USA Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe