Advertisment

ପତ୍ନୀ ହତ୍ୟା ଅଭିଯୋଗରେ ବନ୍ଧା ହେଲେ ବିଚାରପତି; ଘରୁ ବାହାରିଲା ୪୭ ହତିଆର ଓ ୨୬ ହଜାର ଗୁଳି

ଏହି ମାମଲାରେ ପୁଲିସ୍‌ ସମ୍ପୃକ୍ତ ଜଜ୍‌ଙ୍କୁ ବାନ୍ଧିଥିବା ବେଳେ ତାଙ୍କ ଘରୁ ଯାହା ବାହାରିଛି ତାହା ଦେଖି ପୁଲିସ୍‌ ମୁଣ୍ଡ ବୁଲାଇ ଦେଇଛି।

author-image
Niharika Rout
ଅଦ୍ୟତନ ହୋଇଛି
GUN

GUN

କ୍ରିମିନାଲ ଜଜ୍‌ଙ୍କ ଘରୁ ବାହାରିଲା ପତ୍ନୀଙ୍କ ଗୁଳିବିଦ୍ଧ ମୃତଦେହ। ଏହି ମାମଲାରେ ପୁଲିସ୍‌ ସମ୍ପୃକ୍ତ ଜଜ୍‌ଙ୍କୁ ବାନ୍ଧିଥିବା ବେଳେ ତାଙ୍କ ଘରୁ ଯାହା ବାହାରିଛି ତାହା ଦେଖି ପୁଲିସ୍‌ ମୁଣ୍ଡ ବୁଲାଇ ଦେଇଛି। ଜଜ୍‌ଙ୍କ ଘରୁ ପୁଲିସ୍‌ ୪୭ଟି ହତିଆର ଓ ୨୬ ହଜାରରୁ ଅଧିକ ଗୁଳି ଜବତ କରିଛି।ଏପରି ଏକ ଘଟଣା ଯୁକ୍ତରାଷ୍ଟ୍ର ଆମେରିକାର ସାଉଥ କଲିଫର୍ଣ୍ଣିଆରେ ଘଟିଛି। 

Advertisment

କାଲିଫର୍ଣ୍ଣିଅର ଏକ କୋର୍ଟର ୭୨ ବର୍ଷ ବୟସ୍କ ବିଚାରପତି ଜେଫରି ଫେରଗୁସନଙ୍କ ପୁଅ କିଛି ଦିନ ପୂର୍ବେ ପୁଲିସ୍‌କୁ ଫୋନ୍‌ କରି ତାଙ୍କ ମା’ଙ୍କ ମୃତଦେହ ଘରେ ପଡ଼ିଥିବା ସୂଚନା ଦେଇଥିଲେ। ଏହାପରେ ପୁଲିସ୍‌ ଘରେ ପହଞ୍ଚି ଗୁଳିବିଦ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ଯାଞ୍ଚ ସମୟରେ ଘରୁ ପୁଳା ପୁଳା ବନ୍ଧୁକ, ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ ହୋଇଥିଲା।

ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ଜଜ୍‌ଙ୍କୁ ଗିରଫ କରିଥିବା ବେଳେ ବୟସାଧିକ କାରଣରୁ ଗୋଟିଏ ଦିନ ପରେ ତାଙ୍କୁ ଜାମିନ ପାଇ ଯାଇଥିବା ଜଣାଯାଇଛି। ଏଥିନିମନ୍ତେ ବିଚାରପତିଙ୍କ ପରିବାରକୁ ୧ ମିଲିୟନ ଡଲାର ଦେବାକୁ ପଡ଼ିଛି। ମାତ୍ର ତାଙ୍କ ପାସପୋର୍ଟକୁ କୋର୍ଟ ଜିମା ଦେବାକୁ ଆଦେଶ ଦିଆଯାଇଛି।

Advertisment

ଏହି ଘଟଣାରେ ବୟସ୍କ ବିଚାରପତି ଜେଫରି ଫେରଗୁସନ ନିଜ ଦୋଷ ସ୍ୱୀକାର କରି ନ ଥିବା ବେଳେ ଏହା ଏକ ଦୁଃଖଦ ଘଟଣା ବୋଲି ତାଙ୍କ ଟିମ୍‌ ପକ୍ଷରୁ ଅଫିସିଆଲି ଟ୍ୱିଟ କରାଯାଇଛି।

ଜେଫରି ଫେରଗୁସନ ୨୦୧୫ ମସିହାରୁ କ୍ରିମିନାଲ ଜଜ୍‌ ଭାବେ କାର୍ଯ୍ୟରତ ଥିବା ବେଳେ ବହୁ ଅପରାଧିକ ମାମଲାର ଚୂଡ଼ାନ୍ତା ରାୟ ପ୍ରକାଶ କରି ସାରିଛନ୍ତି। ହେଲେ ଏବେ ସେ ଏପରି ଏକ ମାମଲାରେ ଫସି ଥିବାରୁ ଆଗକୁ ଏହା କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର।

Deadbody Firing