Advertisment

ଜାଣିଶୁଣି ରୋଗୀଙ୍କୁ ଅତ୍ୟଧିକ ଇନସୁଲିନ ଦେଉଥିଲେ ନର୍ସ, ୧୭ ମୃତ

୨୦୨୦ ମସିହାରୁ ୧୯ ଜଣଙ୍କୁ ଦେଉଥିଲେ ଅଧିକ ଇନସୁଲିନ୍ ଡୋଜ୍...

author-image
Debibandita Barick
ଅଦ୍ୟତନ ହୋଇଛି
Accused Nurse

Accused Nurse

ସେବା ପାଇଁ ନର୍ସମାନଙ୍କୁ ସମ୍ମାନ ଦିଆଯାଏ। କିନ୍ତୁ ଜଣେ ନର୍ସ ସେବା ବାହାନାରେ ଏପରି କାର୍ଯ୍ୟ କରିଛନ୍ତି, ଯାହାକୁ ଯେତେ ନିନ୍ଦା କଲେ ବି କମ୍ ପଡିବ। ଆମେରିକାର ପେନ୍‌ସିଲଭାନିଆର ଜଣେ ନର୍ସ ହେଥର ପ୍ରେସ୍‌ଡି ଅତ୍ୟଧିକ ଇନସୁଲିନ୍ ଡୋଜ୍ ଦେଇ ୧୭ ଜଣଙ୍କୁ ହତ୍ୟା କରିଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି।

Advertisment

ପ୍ରେସ୍‌ଡି ମଧ୍ୟ ପୂର୍ବରୁ ସମାନ ଭାବରେ ଦୁଇ ଜଣଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପରେ ସତ ମାନିଛନ୍ତି। ପୁଲିସ ତାଙ୍କୁ ଯେତେବେଳେ ପଚରା ଉଚରା କରିଥିଲା, ସେ ଚାକିରୀ କରୁଥିବା ବିଭିନ୍ନ ପୁନର୍ବାସ କେନ୍ଦ୍ରରେ ୧୯ ଜଣଙ୍କୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରିଥିବା ସ୍ୱୀକାର କରିଛନ୍ତି। ଏଥିରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି।

୪୧ ବର୍ଷୀୟ ପ୍ରେସ୍‌ଡି ରୋଗୀମାନଙ୍କ ମଧୁମେହ ସ୍ଥିତିକୁ ଖାତିର ନକରି ୨୦୨୦ ମସିହାରୁ ସେମାନଙ୍କୁ ଅତ୍ୟଧିକ ଇନସୁଲିନ୍ ଡୋଜ୍ ଦେଉଥିବାର ଅଭିଯୋଗ ହୋଇଥିଲା। ଏହି ରୋଗୀଙ୍କ ମଧ୍ୟରୁ ୧୭ ଜଣଙ୍କର ଦୁଃଖଦ ମୃତ୍ୟୁ ମଧ୍ୟ ଘଟି ସାରିଛି। ସମସ୍ତ ମୃତକଙ୍କ ବୟସ ୪୩ ରୁ ୧୦୪ ମଧ୍ୟରେ ଥିଲା। 

Advertisment

ଏହି ଘଟଣାର ପର୍ଦ୍ଦାଫାସ ହେବା ପରେ ପୁଲିସ ବର୍ତ୍ତମାନ ତାଙ୍କୁ ଗିରଫ କରି ଜେଲକୁ ପଠାଇଛି। ତାଙ୍କ ନାମରେ ଏକାଧିକ ମାମଲା ରୁଜୁ କରିଛି ପୁଲିସ। ଦୁଇଟି ହତ୍ୟା ମାମଲା ସହ ୧୭ ଟି ହତ୍ୟା ଉଦ୍ୟମ ଏବଂ ଯତ୍ନ ନେଉଥିବା ୧୯ ଜଣଙ୍କୁ ଅବହେଳା ଆଦି ମାମଲା ରୁଜୁ କରାଯାଇଛି।

Nurse Murdered Patient Nurse Kill Patient Crime Murder News