Advertisment

୮ ବର୍ଷ ହେଲା ମା’ଙ୍କ ଯୌନଦାସ ଥିଲେ ପୁଅ!

ଟେକ୍ସାସ୍‌ର ରୁଡ଼ି ଫାରିଆସ୍‌ ୮ ବର୍ଷ ତଳେ ନିଖୋଜ ହୋଇଗଲେ। ସେତେବେଳେ ସେ ଥିଲେ କିଶୋର ବୟସର। ଘଟଣାର ତଦନ୍ତ କରୁଥିବା ହଷ୍ଟନ ପୁଲିସ ଏବେ କହିଛି ଯେ ଏ ୮ ବର୍ଷ ଧରି ଫାରିଆସ୍‌ ତାଙ୍କ ମା’ଙ୍କ ସହିତ ଥିଲେ। ତାଙ୍କୁ ଏକ ଚର୍ଚ୍ଚ ନିକଟରୁ ଉଦ୍ଧାର କରାଯାଇଛି। ଉଦ୍ଧାର ପାଇବାର ଏକ ସପ୍ତାହ ପରେ ଫାରିଆସ୍‌ ତାଙ୍କ ମା’ଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

author-image
Debendra Prusty
ଅଦ୍ୟତନ ହୋଇଛି
Rudy Farias

Rudy Farias

ଟେକ୍ସାସ୍‌ର ରୁଡ଼ି ଫାରିଆସ୍‌ ୮ ବର୍ଷ ତଳେ ନିଖୋଜ ହୋଇଗଲେ। ସେତେବେଳେ ସେ ଥିଲେ କିଶୋର ବୟସର। ଘଟଣାର ତଦନ୍ତ କରୁଥିବା ହଷ୍ଟନ ପୁଲିସ ଏବେ କହିଛି ଯେ ଏ ୮ ବର୍ଷ ଧରି ଫାରିଆସ୍‌ ତାଙ୍କ ମା’ଙ୍କ ସହିତ ଥିଲେ। ତାଙ୍କୁ ଏକ ଚର୍ଚ୍ଚ ନିକଟରୁ ଉଦ୍ଧାର କରାଯାଇଛି। ଉଦ୍ଧାର ପାଇବାର ଏକ ସପ୍ତାହ ପରେ ଫାରିଆସ୍‌ ତାଙ୍କ ମା’ଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

Advertisment

ଫକ୍ସ ନ୍ୟୁଜରେ ଏ ସଂପର୍କୀତ ଏକ ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଛି। ଏହି ଖବର ଅନୁସାରେ ରୁଡିଙ୍କ ମା’ ଜାନି ସାଣ୍ଟାନା ପ୍ରାୟ ଏକ ଦଶନ୍ଧି ଧରି ରୁଡି ଫାରିଆସ୍‌ଙ୍କୁ ଗୃହବନ୍ଦୀ କରି ରଖିଥିଲେ। ସେ ତାଙ୍କୁ ନିଜର ଯୌନ କ୍ରୀତଦାସ ଭାବେ ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଛି।

ସ୍ଥାନୀୟ ଅଞ୍ଚଳର ଜଣେ ସାମାଜିକ କର୍ମୀ କ୍ୱାନେଲ୍‌ ଏକ୍ସ କହିଛନ୍ତି, ‘ରୁଡିଙ୍କୁ ତାଙ୍କ ମା’ ଜାନି ବାପା ଖେଳ ଖେଳିବାକୁ କହନ୍ତି। ତାଙ୍କୁ କହନ୍ତି ସେ ତାଙ୍କର ସ୍ୱାମୀ ହେଉ।’ ରୁଡିଙ୍କୁ ଜାନି ଧମକାଉଥିଲେ ଯେ ଯଦି ସେ ଏକଥା କାହାକୁ କହିଦେବ ତେବେ ପୁଲିସ ତାଙ୍କୁ ହଇରାଣ କରିବ।

Advertisment

ଉଭୟ ରୁଡି ଫାରିଆସ ଓ ଜାନି ସାଣ୍ଟାନାଙ୍କୁ ହଷ୍ଟନ ପୁଲିସ ଏକ ହୋଟେଲରେ ଜେରା କରିଛି। ଜେରା ସମୟରେ ସାମାଜିକ କର୍ମୀ କ୍ୱାନେଲ୍‌ ଉପସ୍ଥିତ ଥିଲେ।

ଫକ୍ସ ୨୬ ହଷ୍ଟନ ୱେବସାଇଟ୍‌ରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ରୁଡି କହୁଛି ଯେ ଜାନି ସାଣ୍ଟାନା ତାଙ୍କୁ ତାଙ୍କ ସହ ଶୋଇବାକୁ ବାଧ୍ୟ କରୁଥିଲେ।

୨୦୧୫ ମସିହାରେ ରୁଡି ଫାରିଆସ୍‌ଙ୍କୁ ୧୭ ବର୍ଷ ବୟସ ହୋଇଥିଲା। ଦିନେ ତାଙ୍କ ମା’ ଜାନି ସାଣ୍ଟାନା ପୁଲିସରେ ଅଭିଯୋଗ କଲେ ଯେ ତାଙ୍କ ପୁଅ ରୁଡି ନିଖୋଜ ହୋଇଯାଇଛି। ସେ ତାଙ୍କର ଦୁଇଟି କୁକୁରଙ୍କୁ ବୁଲାଇବାକୁ ନେଇ ଆଉ ଫେରିନାହିଁ। ତଦନ୍ତ ପରେ କୁକୁର ଦୁଇଟିଙ୍କୁ ଠାବ କରାଯାଇଥିଲା। ମାତ୍ର, ରୁଡି ଫାରିଆସଙ୍କର ପତ୍ତା ମିଳି ନଥିଲା।

ଗତ ଗୁରୁବାର ଏହି ଘଟଣାର ଏକ ଚାଞ୍ଚଲ୍ୟକର ମୋଡ଼ ଆସିଥିଲା। ରୁଡିଙ୍କୁ ଏକ ଚର୍ଚ୍ଚ ନିକଟରୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପାଇବା ପରେ ସେ ପୁଲିସକୁ କହିଛି ଯେ, ସେ କ୍ରୀତଦାସ ଭାବେ ବଞ୍ଚି ବଞ୍ଚି କ୍ଳାନ୍ତ ହୋଇଯାଇଛି। ଏବେ ସେ ନିଜ ଜୀବନ ବଞ୍ଚିବାକୁ ଚାହୁଁଛି।

ଏହି ଆଠ ବର୍ଷ କାଳ ସେ ଓ ତାଙ୍କ ମା’ ଛଦ୍ମନାମରେ ବଞ୍ଚିଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ତେବେ ତାଙ୍କ ମା’ ଜାନି ଏବେ ବି ଦାବି କରୁଛନ୍ତି ଯେ ରୁଡି ଏବେ ବି ନିଖୋଜ ଅଛି।

ଇଣ୍ଡିପେଣ୍ଡେଣ୍ଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ମା’ ପୁଅଙ୍କ ମଧ୍ୟରେ ସେଭଳି କୌଣସି ଚାଞ୍ଚଲ୍ୟକର ସଂପର୍କ ଥିବା ନେଇ ପୁଲିସ ସ୍ୱୀକାର କରିନାହିଁ। ନ୍ୟୁ ୟର୍କ ପୋଷ୍ଟ ଲେଖିଛି ଯେ ପୁଲିସ ଜେରାର ପୂର୍ଣ୍ଣ ବିବରଣୀ ପ୍ରକାଶ କରିନାହିଁ। ମାତ୍ର, ରୁଡି ଯାହା କହିଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି ତାହା ସଂପୂର୍ଣ୍ଣ ସତ୍ୟ ବୋଲି ମଧ୍ୟ ପୁଲିସ କହିନାହିଁ। ଏଭଳି ବିରୋଧାଭାସ ନେଇ ସରକାରୀ ଭାବେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। କିନ୍ତୁ, ସାମାଜିକ କର୍ମୀ କ୍ୱାନେଲ୍‌ ତାଙ୍କ ଦାବି ଦୋହରାଇଛନ୍ତି ଓ ଜେରାବେଳେ ସେ ଯାହା ଶୁଣିଥିଲେ ତାହା ପ୍ରକାଶ କରିଛନ୍ତି ବୋଲି କହିଛନ୍ତି।

Crime Sexual Harassment Sexual Torture