Advertisment

ସାବତ ପୁଅକୁ ସହି ପାରିଲେନି ମହିଳା, ମାରି ପାଣି ଟାଙ୍କିରେ ଫୋପାଡ଼ି ଦେଲେ

ଜଣେ ୧୧ ବର୍ଷୀୟ ନାବାଳକ ନିଖୋଜ ହୋଇ ଯାଇଥିବା ନେଇ ଗତ ସୋମବାର ସ୍ଥାନୀୟ ପୁଲିସ୍‌କୁ ସୂଚନା ମିଳିଥିଲା। ପିଲାଟିକୁ କିଏ ଅପହରଣ କରି ନେଇଥିବା ପ୍ରଥମେ ମହିଳାଜଣକ ପୁଲିସ୍‌ ଓ ପରିବାର ଲୋକଙ୍କୁ କହିଥିଲେ ।

author-image
Niharika Rout
Minor Boy

Minor Boy

୩ ବର୍ଷ ହେଲାଣି ସାବତ ପୁଅକୁ ସହି ପାରୁ ନ ଥିଲେ ମହିଳା। ରାସ୍ତାରୁ ହଟାଇବାକୁ ଉପାୟ ପାଞ୍ଚୁଥିଲେ। ଶେଷରେ ନିଜ ଷଡଯନ୍ତ୍ରରେ ସେ ସଫଳ ହେବା ସହ ୧୧ ବର୍ଷୀୟ ନାବାଳକଙ୍କୁ ଅତି ନିର୍ମମ ଭାବ ହତ୍ୟା କରିଛନ୍ତି। ଏପରି ପରିବାର ଲୋକଙ୍କ ସମ୍ମୁଖରେ ପୁଅ ଅପହରଣର ମିଛ ନାଟକ କରୁଥିବା ବେଳେ ଘରେ ଥିବା ପାଣି ଟାଙ୍କିରୁ ମିଳିଲା ତାଙ୍କ ମୃତଦେହ। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ସାବତ ମା’ଙ୍କ ସମେତ ତାଙ୍କ ବାନ୍ଧବୀକୁ ବି ବାନ୍ଧିଛି।

Advertisment

ଜଣେ ୧୧ ବର୍ଷୀୟ ନାବାଳକ ନିଖୋଜ ହୋଇ ଯାଇଥିବା ନେଇ ଗତ ସୋମବାର ସ୍ଥାନୀୟ ପୁଲିସ୍‌କୁ ସୂଚନା ମିଳିଥିଲା। ପିଲାଟିକୁ କିଏ ଅପହରଣ କରି ନେଇଥିବା ପ୍ରଥମେ ମହିଳାଜଣକ ପୁଲିସ୍‌ ଓ ପରିବାର ଲୋକଙ୍କୁ କହିଥିଲେ । ଏହାପରେ ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଥିଲା।

ପୁଲିସ୍ ପ୍ରଥମେ ନାବାଳକଙ୍କ ଘର ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା। ମାତ୍ର ନାବାଳକ ଜଣକ ଘରୁ ବାହାରି ନ ଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ୍‌ ନାବାଳକଙ୍କ ଘର ଭିତରେ ଯାଞ୍ଚ କଲା। ଯାଞ୍ଚ ସମୟରେ ନାବାଳକଙ୍କ ମୃତଦେହ ଘରେ ଥିବା ପାଣି ଟାଙ୍କିରୁ ଉଦ୍ଧାର ହେଲା।

Advertisment

ଏହି ଘଟଣାରେ ଗୁଡ଼ାଇତୁଡ଼ାଇ ପଚାରିବା ପରେ ମହିଳାଜଣକ ନିଜ ବାନ୍ଧବୀଙ୍କ ସହ ମିଶି ଏପରି ଜଘନ୍ୟକାଣ୍ଡ ଘଟାଇଥିବା ସ୍ୱୀକାର କରିଛନ୍ତି। ପୁଲିସ୍‌ ଉଭୟ ମହିଳା ଓ ତାଙ୍କ ବାନ୍ଧବୀଙ୍କୁ ବାନ୍ଧି କୋର୍ଟଚାଲାଣ କରିଛି।

ସୂଚନାଯୋଗ୍ୟ, ମହିଳାଙ୍କ ସ୍ୱାମୀ ଏକ ସେଲୁନ କରି ପରିବାର ଚଳାଉଥିବା ବେଳେ ୩ ବର୍ଷ ପୂର୍ବରୁ ତାଙ୍କର ପ୍ରଥମ ପତ୍ନୀଙ୍କ ସହ ବିଚ୍ଛେଦ ହୋଇ ସାରିଛି। ଏହାପରେ ସେ ପୁନର୍ବାର ବିବାହ କରିଥିବା ବେଳେ ଦ୍ୱିତୀୟ ପତ୍ନୀ କିନ୍ତୁ ସାବତ ପୁଅକୁ ସହି ପାରୁ ନ ଥିଲେ। ଏପରିକି ପିଲାଟିକୁ ରାସ୍ତାରୁ ହଟାଇବାକୁ ସେ ସବୁବେଳେ ଯୋଜନା କରୁଥିଲେ ଆଉ ଶେଷରେ ସେଥିରେ ସେ ସଫଳ ବି ହେଲେ।

Murder Uttar Pradesh Minor Murdered