Advertisment

ଅସହାୟ ବାପାର କୋହ- ନିଖୋଜ ଝିଅକୁ ଖୋଜି ଦେବାକୁ କହି ଲୁଟୁଛି ପୁଲିସ୍‌

ନିଖୋଜ ଝିଅକୁ ଖୋଜିବାକୁ ବାର ଦୁଆର ହେଉଛି ବାପା। ଏପରି ସମୟରେ ଏକ ଅସହାୟ ବାପାର ଫାଇଦା ଉଠାଇଛି ପୁଲିସ୍‌।

author-image
Niharika Rout
Police

Police

ନିଖୋଜ ଝିଅକୁ ଖୋଜିବାକୁ ବାର ଦୁଆର ହେଉଛି ବାପା। ଏପରିକି ଥାନାରେ ଅଭିଯୋଗ କରି ଖୋଜି ଦେବାକୁ ଗୁହାରୀ କରୁଛି। ଏପରି ସମୟରେ ଏକ ଅସହାୟ ବାପାର ଫାଇଦା ଉଠାଇଛି ପୁଲିସ୍‌। ଝିଅକୁ ପାଇବାକୁ ହେଲେ ବଦଳରେ କାର୍‌ରେ ନେବା ସହ ଭଲ ହୋଟେଲରେ ରଖି ଭଲ ଭଲ ଖାଇବାକୁ ଦେବାକୁ କୁହାଯାଉଛି।

Advertisment

ନିଜ ଝିଅକୁ ଫେରି ପାଇବା ପାଇଁ ଆଶା ରଖିଥିବା ବାପାଟି ବାଧ୍ୟ ହୋଇ ତଦନ୍ତକାରୀ ଅଧିକାରୀଙ୍କ ପାଇଁ ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। ହେଲେ ଝିଅର ପତ୍ତା ମିଳୁ ନ ଥିବା ବେଳେ ତା’ ବାପାଙ୍କ ପଇସାରେ ଅଏସ କରୁଛନ୍ତି ତଦନ୍ତକାରୀ ଅଧିକାରୀ। ଏପରି ଏକ ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି।

ସନ୍ତୋଷ ଗୌତମ ନାମକ ବ୍ୟକ୍ତିଙ୍କ ୧୮ ବର୍ଷୀୟା ଝିଅ ଗତ ୧ ତାରିଖରୁ ଘରୁ କେଉଁଆଡେ ଚାଲି ଯାଇଛି। ଏନେଇ ସନ୍ତୋଷ କାନପର ଅଞ୍ଚଳରେ ଥିବା ପଙ୍କି ଥାନାରେ ଅଭିଯୋଗ କରିଥିଲେ।

Advertisment

କିନ୍ତୁ ତାଙ୍କ ଅଭିଯୋଗ ଅନୁଯାୟୀ, ତଦନ୍ତକାରୀ ଅଧିକାରୀ ଅମିତ ମଲ୍ଲିକ ନିଖୋଜ ଝିଅକୁ ଖୋଜି ଦେବାକୁ ପ୍ରୟାଗରାଜ ଯିବାକୁ ପଡ଼ିବ ବୋଲି କହିଥିଲା। ଏଥିନିମନ୍ତେ ଏକ କାର୍‌ ବୁକ୍‌ କରିଥିଲେ ସନ୍ତୋଷ। ଏପରିକି ବାଟରେ ରେଷ୍ଟୁରାଣ୍ଟରେ ଖାଇବା ସହ ଭଲ ହୋଟେଲରେ ରହିଥିବା ବେଳେ ସବୁ ଖର୍ଚ୍ଚ ସନ୍ତୋଷଙ୍କୁ ମୁଣ୍ଡାଇବାକୁ ପଡ଼ିଥିଲା। ହେଲେ ଝିଅର ପତ୍ତା ମିଳି ପାରି ନ ଥିଲା।

ଏପରିକି ଅଧିକାରୀଜଣକ ସନ୍ତୋଷଙ୍କୁ ନିଜ କାମରେ ବି ଲଗାଇବାକୁ ପଛାଉ ନ ଥିବା ସେ ଅଭିଯୋଗ କରିଛନ୍ତି। ମାତ୍ର ଝିଅର ଖୋଜଖବର ନେଇ ପଚାରିଲେ କେବେ ମିଳିବ ପଚାରିଲେ ଜେଲ୍‌ରେ ପଶାଇ ଦେବାର ଧମକ ଦେବାକୁ ପଛାଉ ନାହାନ୍ତି।

ଏନେଇ ସନ୍ତୋଷ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣାଯାଇଛି। 

Uttar Pradesh Police Missing