Advertisment

ହିନ୍ଦୁ ଗୋଷ୍ଠୀଙ୍କ ଶୋଭାଯାତ୍ରା ବେଳେ ସଂଘର୍ଷ; ପଥର ମାଡ଼ରେ ୨ ହୋମ୍‌ ଗାର୍ଡ ମୃତ, ୨୦ରୁ ଅଧିକ ଗୁରୁତର

ହରିଆଣାର ମେୱାତ ଜିଲ୍ଲାରେ ନ୍ୟୁହରେ ଜିଲ୍ଲାର ନନ୍ଦ ଗ୍ରାମ ଠାରେ ସୋମବାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ମାତୃ ଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ବାହାରିଥିବା ବ୍ରଜମଣ୍ଡଳ ଯାତ୍ରା ବେଳେ ଦୁଇ ଗୋଷ୍ଠୀ ଭିତରେ ମାରପିଟ ହୋଇଛି।

ଅଦ୍ୟତନ ହୋଇଛି
Vehicles burnt

Vehicles burnt

Advertisment

ହରିଆଣାର ମେୱାତ ଜିଲ୍ଲାରେ ନ୍ୟୁହରେ ଜିଲ୍ଲାର ନନ୍ଦ ଗ୍ରାମ ଠାରେ ସୋମବାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ମାତୃ ଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ବାହାରିଥିବା ବ୍ରଜମଣ୍ଡଳ ଯାତ୍ରା ବେଳେ ଦୁଇ ଗୋଷ୍ଠୀ ଭିତରେ ମାରପିଟ ହୋଇଛି। ପରସ୍ପର ଭିତରେ ପଥର ମାଡ଼ ହୋଇଛି। ଦୁର୍ବୃତ୍ତମାନେ ଏହି ସମୟରେ ଅନେକ ଗାଡ଼ିରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ସଂଘର୍ଷ ରୋକିବାକୁ ଚେଷ୍ଟା କରିବା ବେଳେ ପୁଲିସ ଉପରେ ମଧ୍ୟ ଟେକାମାଡ଼ ବାଜିଛି। କିଛି ସ୍ଥାନରେ ଗୁଳିକାଣ୍ଡ ମଧ୍ୟ ଘଟିଛି। ଏହି ଘଟଣାରେ ୨ ହୋମ୍‌ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଆହତଙ୍କ ଭିତରେ ୧୦ ଜଣ ପୁଲିସ କର୍ମଚାରୀ ମଧ୍ୟ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଗୁରୁଗ୍ରାମ-ସେହନା ପର୍ଯ୍ୟନ୍ତ ରାସ୍ତାକୁ ବନ୍ଦ କରି ଦେଇଛି।

Advertisment

ଏହି ଗୋଷ୍ଠୀ ସଂଘର୍ଷ ପରେ ଶୋଭାଯାତ୍ରାରେ ସାମିଲ ପ୍ରାୟ ୨୫୦୦ ଲୋକ ପ୍ରାଣ ବଞ୍ଚାଇବାକୁ ନଲ୍‌ହଡ୍‌ ମନ୍ଦିରରେ ଫସି ରହିଛନ୍ତି। ଯାହା ଭିତରେ ବହୁ ସଂଖ୍ୟାରେ ଶିଶୁ ଓ ମହିଳା ରହିଛନ୍ତି। ମନ୍ଦିର ବାହାରେ ଦୁଇଗୋଷ୍ଠୀ ଭିତରେ ଭୀଷଣ ପଥର ମାଡ଼ ଜାରି ରହିଛି। ଏହି ବାଟ ଦେଉ ଯାଉଥିବା ବାଟୋଇ ଓ ଗାଡ଼ିରେ ଯାଉଥିବା ଲୋକେ ଜୀବନ ବଞ୍ଚାଇବା ନିମନ୍ତେ ଏହି ମନ୍ଦିର ଭିତରେ ଫଶି ଯାଇଥିଲେ। ସେମାନେ ଏଠାରେ ଫସି ରହିଛନ୍ତି।

ଏହି ଉତ୍ତେଜନାକୁ ହ୍ରାସ କରିବା ନିମନ୍ତେ ପଡ଼ୋଶୀ ଜିଲ୍ଲାରୁ ପୁଲିସ ଫୋର୍ସ ଅଣାଯିବାକୁ ପଦକ୍ଷେପ ନିଆଯାଇଛି। ଶେଷ ଖବର ସୁଦ୍ଧା ଏହି ଅଞ୍ଚଳରେ ପ୍ରାୟ ହଜାରେ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଜିଲ୍ଲାର ସୀମାଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଡେପୁଟୀ କମିଶନର ପ୍ରଶାନ୍ତ ପାୱାର କହିଛନ୍ତି, ଏହି ଜିଲ୍ଲାରେ ଶାନ୍ତି ବଜାୟ ରଖିବା ନିମନ୍ତେ ୧୪୪ ଧାରି ଜାରି ହୋଇଛି।

Advertisment

ରିପୋର୍ଟ ମୁତାବକ ନ୍ୟୁହ ନଲହଡ ଶିବ ମନ୍ଦିର ଠାରୁ ଫିରୋଜପୁର-ଢିରକା ପର୍ଯ୍ୟନ୍ତ ଏହି ଯାତ୍ରା ଯିବାକୁ ବାହାରିଥିଲା। ଯେତେବେଳେ ତ୍ରିରଙ୍ଗ ପାର୍କ ନିକଟରେ ଏହି ଶୋଭାଯାତ୍ରା ପହଞ୍ଚିଲା, ସେଠାରେ ଗୋଟିଏ ଗୋଷ୍ଠୀର ଲୋକ ପୂର୍ବରୁ ଜମା ହୋଇଥିଲେ। ପରସ୍ପର ସାମ୍ନାସାମ୍ନି ହେବା ପରେ ମାରପିଟ୍‌ ହୋଇଥିଲେ। ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ସଂଘର୍ଷ ଘଟିଛି।

ଗୋ-ସୁରକ୍ଷା ଓ ଭିୱାନୀ ମୃତ୍ୟୁ ମାମଲାରେ ଅଭିଯୁକ୍ତ ମୋନୁ ମାନେସର ମେୱାତ ଗସ୍ତକୁ ନେଇ ଏହି ହିଂସାକାଣ୍ଡ ଘଟିଛି। ଗତ ଫେବୃଆରୀରେ ନାଶିର ଓ ଜୁନାଦ୍ ମୃତ୍ୟୁ ମାମଲାରେ ମୋନୁ ମାନେସର ନାମରେ ଏତଲା ରୁଜୁ ହୋଇଥିଲା।

ମୋନୁ ଲୋକଙ୍କୁ ବଜରଙ୍ଗ ଦଳ ପକ୍ଷରୁ ହେଉଥିବା ଏହି ଯାତ୍ରାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ ଓ ଅସନ୍ତୋଷ ପ୍ରକାଶ ପାଇଥିଲା। ମୋନୁଙ୍କ ଗସ୍ତକୁ ଲୋକେ ବିରୋଧ କରି ଚେତାବନୀ ମଧ୍ୟ ଜାରି କରିଥିଲେ।

ସୋମବାର ଯାତ୍ରା ବାହାରିବା ପରେ ମୋନୁ ଏହା ଭିତରେ ଦେଖିବାକୁ ମିଳିଥିଲା। ଯାହାପରେ ଏହି ହିଂସାକାଣ୍ଡ ଘଟିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ହରିଆନା ଗୃହମନ୍ତ୍ରୀ ଅନିଲ ଭିଜ୍‌ ଏହି ଘଟଣାରେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ପୁଲିସ ଠାରୁ ଅନୁମତି ପାଇବା ଓ ପୁଲିସ ସୁରକ୍ଷା ସତ୍ତ୍ୱେ ଏହି ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟିଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ଶାନ୍ତି ବଜାୟ ରଖିବାକୁ ହେଲିକପ୍ଟର ଯୋଗେ ଯବାନଙ୍କୁ ଏହି ସ୍ଥାନକୁ ନିଆଯାଇ ମୁତୟନ କରାଯାଇଛି।

ଏଥିସହ ଏହି ଜିଲ୍ଲାରେ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।

Stone Pelting Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe