Advertisment

ପରୀ ହତ୍ୟାକାରୀକୁ ୨୦ ବର୍ଷ ଜେଲ୍‌

କୋର୍ଟଙ୍କ ରାୟ ଆସିବା ପରେ ପରୀର ମାଆ କହିଛନ୍ତି, ଏଥିରେ ସେ ଜମାରୁ ଖୁସି ନାହାନ୍ତି। ଆମକୁ ଆଦୌ ନ୍ୟାୟ ମିଳିନି। ଗୋଟିଏ ନିର୍ଦ୍ଦୋଷକୁ ଧରି ସଜା ଦେଇଦେଲେ।

author-image
Manoj Swain

ମଙ୍ଗଳବାର ଆସିଲା ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ହତ୍ୟା ମାମଲା ରାୟ। ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ। କାରାଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟ। ପରୀ ମାମଲାକୁ ନେଇ ୨୦୨୦ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। କୋର୍ଟଙ୍କ ରାୟ ଆସିବା ପରେ ପରୀର ମାଆ କହିଛନ୍ତି, ଏଥିରେ ସେ ଜମାରୁ ଖୁସି ନାହାନ୍ତି। ଆମକୁ ଆଦୌ ନ୍ୟାୟ ମିଳିନି। ଗୋଟିଏ ନିର୍ଦ୍ଦୋଷକୁ ଧରି ସଜା ଦେଇଦେଲେ। ମୋ ଛୁଆକୁ ମାରିଦେଲେ। ଆଉ ଜଣଙ୍କ ଜୀବନ ବରବାଦ କରିଦେଲେ। ବାବୁଲି ନାଏକ ମୋ ଛୁଆକୁ ମାରିଛି। ହତ୍ୟାକାଣ୍ଡରେ ଅରୁଣ ସାହୁଙ୍କ ହାତ ଅଛି। 

Advertisment
Odisha Nayagarh