Advertisment

ଝିଅର ମୃତ୍ୟୁ ପରେ ଭାଇରାଲ ହେଉଛି ଅଡିଓ, ବାପା କହିଲେ- ଆତ୍ମହତ୍ୟା କରିଦେବି

ପ୍ରେମଜନିତ କାରଣ ଯୋଗୁ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଭାଇରାଲ ଅଡିଓରେ ଶୁଣିବାକୁ ମିଳୁଥିବା ବେଳେ ମଲା ଝିଅକୁ ସୋଶାଲ ମିଡିଆରେ ବଦନାମ କରାଯାଉଥିବା ମୃତାଙ୍କ ବାପା ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Minor Girl

Minor Girl

Advertisment

ଜଣେ ନାବାଳିକାଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ସସ୍‌ପେନ୍ସ। ନାବାଳିଜଣକଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିବା ପରିବାର ଲୋକେ କହୁଥିବା ବେଳେ ଭାଇରାଲ ହେଉଥିବା ଅଡିଓ ଓ ଚିଠି କିନ୍ତୁ ଆଉ କିଛି ବୟାନ କରୁଛି। ଏପରିକି ପ୍ରେମଜନିତ କାରଣ ଯୋଗୁ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଭାଇରାଲ ଅଡିଓରେ ଶୁଣିବାକୁ ମିଳୁଥିବା ବେଳେ ମଲା ଝିଅକୁ ସୋଶାଲ ମିଡିଆରେ ବଦନାମ କରାଯାଉଥିବା ମୃତାଙ୍କ ବାପା ଅଭିଯୋଗ କରିଛନ୍ତି। ଏପରିକି ଏହା ଅସହ୍ୟ ହେଲେ ସେ ଆତ୍ମହତ୍ୟା କରିବାକୁ ବି ଚରମ ବାଣୀ ଶୁଣାଇଛନ୍ତି।  ଏପରି ଏକ ଚାଞ୍ଚଲ୍ୟକର ଘଟଣା କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଘଟିଛି।

Advertisment

ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଝିଅର ମୃତ୍ୟୁ ବାତ ଯୋଗୁ ହୋଇଥିବା ତାଙ୍କ ବାପା କହିଛନ୍ତି। ହେଲେ ଏହାପରେ ସେ ଝିଅକୁ ମେଡିକାଲ ନେଇ ନ ଥିବା ବେଳେ ପୁଲିସ୍‌କୁ ସୂଚନା ନ ଦେଇ ତରବରିଆ ଭାବେ ପୋଡ଼ି ଦେଇଥିଲେ। ଏନେଇ ମୃତା ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇ ନାହିଁ।

ଏ ସଂକ୍ରାନ୍ତୀୟ ଏକ ଅଡିଓ ଏବେ ଭାଇରାଲ ହେଉଥିବା ବେଳେ ପ୍ରେମଜନିତ କାରଣ ପାଇଁ ନାବାଳିକାର ସନ୍ଦେହଜନକ ମୃତ୍ୟୁ ହୋଇଥିବାତଥ୍ୟ ସାମାନକୁ ଆସୁଛି। ଏପରିକି ଶବ ବ୍ୟବଚ୍ଛେଦ ନକରି ତରବରିଆ ଭାବେ ପୋଡିବା ପରେ ପ୍ରମାଣ ନଷ୍ଟ ପାଇଁ ପାଉଁଶ ନଦୀକୁ ଫୋପାଡ଼ି ଦିଆଯାଇଥିବାର ଅଡିଓ ବି ଭାଇରାଲ ହେବାରେ ଲାଗିଛି। ତେବେ ନାବାଳିକାଜଣକ ନିଜ ସ୍କୁଲର ଜଣେ ଶିକ୍ଷକଙ୍କ ସହ ପ୍ରେମ ସମ୍ପର୍କରେ ମାତିଥିବା ବେଳେ ପରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

Advertisment

ଅଭିଯୋଗ ମୁତାବକ, ମାହାଙ୍ଗାର ପୂର୍ବତନ ଚେୟାରମ୍ୟାନ ତଥା ବିଜେଡି ନେତା ଶରତ ନାୟକ ହିଁ ସମ୍ପୃକ୍ତ ଶିକ୍ଷକଙ୍କ ମା’ଙ୍କୁ ଫୋନ୍‌ କରି ମାମଲା ରଫାଦଫା କରିବାକୁ ୭୦ହଜାର ଟଙ୍କା ମାଗୁଛନ୍ତି।

ଭାଇରାଲ ହୋଇଥିବା ଅଡିଓରେ ମାହାଙ୍ଗାର ପୂର୍ବତନ ଚେୟାରମ୍ୟାନ ସମ୍ପୃକ୍ତ ଶିକ୍ଷକଙ୍କ ମା’ଙ୍କୁ କହୁଛନ୍ତି, ‘ତୁମ ପୁଅ ସହ ପ୍ରେମ ସମ୍ପର୍କ ରଖିବା ପରେ ନାବାଳିକାଟି ମରି ଯାଇଛି । ଏପରିକି ତାର ଶବକୁ ବ୍ୟବଚ୍ଛେଦ ନ କରି ପୁଲିସ ସହ ପରାମର୍ଶ କରି ତାକୁ ଜାଳି ପ୍ରମାଣ ନଷ୍ଟ କରି ଦେଇଛି।’ ଏଥିପାଇଁ ସେ ଶିକ୍ଷକଙ୍କ ମା’ଙ୍କୁ ୭୦ ହଜାର ଟଙ୍କା ମାଗୁଥିବା ଅଡିଓ ଭାଇରଲା ହେଉଛି । ମାତ୍ର ଶିକ୍ଷକଙ୍କ ମା’ ଏତେ ଟଙ୍କା କିପରି ସଙ୍ଗେ ସଙ୍ଗେ ଯୋଗାଡ଼ କରିବକୁ ନିଜ ଅସହାୟତା ପ୍ରକାଶ କରିଛନ୍ତି। 

ଏବେ ମୃତା ଝିଅର ଆଉ ଏକ ଚିଠି ମଧ୍ୟ ଭାଇରଲା ହେବାରେ ଲାହିଛି। ଏନେଇ ଲଢେଇ ପରିବାରର ସଭାପତି ସୁବ୍ରତ ଦାସ ଜାତୀୟ ମାନବାଧିକାର କମିଶନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଏଭଳି ସମ୍ବେଦନଶୀଳ ଘଟଣା ବିଷୟରେ ବିଜେଡି ନେତା ଶରତ ନାୟକଙ୍କୁ ଫୋନ ଯୋଗେ ପଚାରିବାରୁ ସେ ହୁଏତ କହିଥିବେ ତାଙ୍କର ମନେ ନାହିଁ । ଠିକ ଭୁଲ କ’ଣ ପରିସ୍ଥିତି ଅନୁଯାୟୀ କଣ କହିଥିବି ତାହା ଉପରେ ମୁଁ ଗୁରୁତ୍ୱ ଦେଉନାହିଁ ବୋଲି କହିଛନ୍ତି। ତେବେ ଘଟଣାର ତଦନ୍ତ ହେଲେ ସତ ପଦାକୁ ଆସିବ ବୋଲି ଆଲୋଚନା ହେଉଛି।

ଏନେଇ ପୁଲିସ୍‌ ନିକଟରେ କୌଣସି ଅଭିଯୋଗ ହୋଇ ନାହିଁ।

Suicide Cuttack Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe