Advertisment

୨୫ ହଜାର ଟଙ୍କା ନେଲା ବେଳେ ଧରାପଡ଼ିଲେ କନିଷ୍ଠ ରାଜସ୍ୱ ସହାୟକ

୨୦୨୧-୨୨ ମସିହାରେ ବୌଦ୍ଧ ଜିଲ୍ଲା ମ୍ୟୁଜିୟମ୍‌ରେ ଭୁବନେଶ୍ୱରର ଏକ ଠିକା ସଂସ୍ଥା ଆକ୍ୟୁରମ୍‌ ପ୍ରକଳ୍ପ କରିଥିଲା। ହେଲେ ସେହି ପ୍ରକଳ୍ପର ପୂର୍ଣ୍ଣାଙ୍ଗ ବିଲ୍‌ ମିଳୁନଥିଲା।

author-image
Manoranjan Sial
Vigilance

Vigilance

୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକ(JRA)। ବକେୟା ବିଲ୍‌ କରାଇଦେବାକୁ କହି ସେ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ଟିମ୍‌ ଏବେ JRAଙ୍କ ଅଫିସ୍‌, ସରକାରୀ କ୍ୱାର୍ଟର୍ସ ଓ ପୌତୃକ ଘରେ ଚଢ଼ଉ ଜାରି ରଖିଛି।

Advertisment

୨୦୨୧-୨୨ ମସିହାରେ ବୌଦ୍ଧ ଜିଲ୍ଲା ମ୍ୟୁଜିୟମ୍‌ରେ ଭୁବନେଶ୍ୱରର ଏକ ଠିକା ସଂସ୍ଥା ଆକ୍ୟୁରମ୍‌ ପ୍ରକଳ୍ପ କରିଥିଲା। ହେଲେ ସେହି ପ୍ରକଳ୍ପର ପୂର୍ଣ୍ଣାଙ୍ଗ ବିଲ୍‌ ମିଳୁନଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ ରାଜସ୍ୱ ସହାୟକ(JRA) ଭାବେ କାର୍ଯ୍ୟ କରୁଥିଲେ ଚୌଧୁରୀ ପୁପୁନ କୁମାର ଦାଶ ଏହି ବିଲ୍ ପାଇଁ ଡିଲ୍‌ କରିଥିଲେ। ୨୫ ହଜାର ଟଙ୍କା ଦେଲେ ଫାଇନାଲ୍‌ କରି ଦିଆଯିବ ବୋଲି ଶ୍ରୀ ଦାଶ କହିଥିଲେ। ଏନେଇ ଠିକା ସଂସ୍ଥା ପକ୍ଷରୁ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା।

ଆଜି ଅପରାହ୍ନରେ ଠିକା ସଂସ୍ଥାର ଜଣେ କର୍ମଚାରୀ ଯୋଜନା ବଦ୍ଧ ଭାବେ ଶ୍ରୀ ଦାଶଙ୍କୁ ଡିଲ୍‌ ହୋଇଥିବା ୨୫ ହଜାର ଟଙ୍କା ତାଙ୍କ ସରକାରୀ କ୍ୱାର୍ଟର୍ସରେ ଦେଉଥିଲେ। ଠିକ୍‌ ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ରଙ୍ଗେ ହାତ ମାଡି ବସିଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଭିଜିଲାନ୍ସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏବେ ତାଙ୍କ ଅଫିସ୍‌, ସରକାରୀ କ୍ୱାର୍ଟର୍ସ ଓ ପୈତୃକ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରୁଛି।

Advertisment

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

Vigilance Raid Boudh