Advertisment

୨୦୨୩ରେ ୧୬୬ ଅଫିସର ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ

୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୧୨୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ଦର୍ଶାଇଛି ଭିଜିଲାନ୍ସ।

undefined

vigilance Raid

Advertisment

୨୦୨୩ ମସିହାରେ ଭିଜିଲାନ୍ସ ବିଭାଗ ୨୬୫ଟି ଅପରାଧିକ ମାମଲା ପଞ୍ଜିକୃତ କରିଥିବା ବେଳେ ୧୬୬ ଜଣ ଅଫିସର ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ଗିରଫ କରିଛି। ନିଜର ବାର୍ଷିକ ରିପୋର୍ଟ କାର୍ଡରେ ଏଭଳି ତଥ୍ୟ ପ୍ରଦାନ କରି ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତ ବୋଲି ଦର୍ଶାଇଛି ଭିଜିଲାନ୍ସ ବିଭାଗ।

Advertisment

୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୧୨୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ଦର୍ଶାଇଛି ଭିଜିଲାନ୍ସ। ୯୮ଟି ଲାଞ୍ଚ କାରବାର ମାମଲାରେ ୧୦୯ ଜଣ ସରକାରୀ ଅଧିକାରଙ୍କ ସମେତ ୧୨୩ ଜଣ ଧରାପଡ଼ିଛନ୍ତି। ଏହି ବର୍ଷ ସର୍ବକାଳୀନ ୨ଟି ନଗଦ ଅର୍ଥ ଜବତ ମାମଲା ଭିଜିଲାନ୍ସ ଇତିହାସରେ ରେକର୍ଡ ବୋଲି ଦାବି କରାଯାଇଛି। ଲାଞ୍ଚ ନିଆଯାଉଥିବା ବେଳେ ସର୍ବାଧିକ ୧୨ ଲକ୍ଷ ଟଙ୍କା ଜବତ ହୋଇଛି।

ବେନାମୀ ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ବେଳେ ଧରାପଡିଥିଲା କାରନାମା। ଏବର୍ଷ ୨୬ ଜଣ କ୍ଲାସ-ୱାନ, ୩୨ ଜଣ କ୍ଲାସ-ଟୁ ଓ ୮୫ ଜଣ କ୍ଲାସ-ଥ୍ରୀ ଅଫିସର ଗିରଫ ହୋଇଛନ୍ତି। ୧୫୩ ପ୍ରତିଶତ ହାରରେ ୪୦୬ଟି ମାମଲାର ତଦନ୍ତ ଶେଷ ହୋଇଛି। ମାମଲାର ତଦନ୍ତ ଶେଷ କରିବାରେ ୧୦ ବର୍ଷର ରେକର୍ଡ ଭାଙ୍ଗିଥିବା ଭିଜିଲାନ୍ସ ଦାବି କରିଛି।

Advertisment
Crime Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe