Advertisment

ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡାକ୍ତର

ରେଡ୍‌ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Docter

Docter

ଡାକ୍ତରଙ୍କୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଗର୍ଭବତୀ ମହିଳାଙ୍କଠାରୁ ୬୦୦୦ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ। କଳାହାଣ୍ଡି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ଡାକ୍ତର ଅଶୋକ ଦାସଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।

Advertisment

ଭବାନୀପାଟଣାର ରେନ୍ଦୋ ମାଝୀ ନାମକ ଜଣେ ଗର୍ଭବତୀ ମହିଳା ଡାକ୍ତର ଅଶୋକ ଦାସଙ୍କ ପାଖକୁ ଚେକଅପ୍‌ ପାଇଁ ଆସିଥିଲେ। ଚେକଅପ୍‌ ବେଳେ ପିଲା ଜନ୍ମ ପାଇଁ ସମୟ ନିକଟ ହୋଇ ଗଲାଣି ବୋଲି ଡାକ୍ତର କହିଥିଲେ। ପରେ ଗର୍ଭବତୀ ଜଣଙ୍କ ସରକାରୀ ଡାକ୍ତରଖାନାରେ ନିଜ ପିଲାକୁ ଜନ୍ମ ଦେବା ପାଇଁ ଚାହିଁଥିଲେ। ଏଥିପାଇଁ ଅଶୋକ ଗର୍ଭବତୀଙ୍କୁ ୬୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଗର୍ଭବତୀ ମହିଳା ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଆଜି ଅଶୋକ ନିଜ ଚ୍ୟାମ୍ବରରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରି ପକାଇଥିଲା।

ଏଥିସହ ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଥିଲା। ପରେ ଭିଜିଲାନ୍ସ ଅଧିକାରୀ ଅଶୋକଙ୍କ ସରକାରୀ ଭବନ ଓ ଚାମ୍ବରରେ ରେଡ୍ କରିଥିଲେ। ରେଡ୍‌ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।

Advertisment
Vigilance Raid Kalahandi