Advertisment

ACFଙ୍କୁ ବାନ୍ଧିଲା ଭିଜିଲାନ୍ସ

ଗତକାଲି ବିଳମ୍ବିତ ରାତି ଯାଏ ACFଙ୍କୁ  ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ଅଫିସରେ ପଚରାଉଚରା କରାଯାଇଥିଲା।

author-image
Tapaswini Nayak
Hirakuda ACF

Hirakuda ACF

 ACFଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF ରେବତୀ ରମଣ ଯୋଶୀଙ୍କୁ ଗିରଫ କରିଛି ଭିଜିଲାନ୍ସ। 

Advertisment

ଗତକାଲି ବିଳମ୍ବିତ ରାତି ଯାଏ ACFଙ୍କୁ  ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ଅଫିସରେ ପଚରାଉଚରା କରାଯାଇଥିଲା। ଏଥିସହ ତାଙ୍କ ଘରୁ ମିଳିଥିବା କାଗଜପତ୍ର ଗୁଡ଼ିକ ଯାଞ୍ଚ କରାଯାଇଥିଲା।  ଆଜି ସକାଳେ ଭିଜିଲାନ୍ସ ACFଙ୍କୁ ଗିରଫ କରିଛି।  

ଗତକାଲି ACFଙ୍କ ସମ୍ବଲପୁର ଅଫିସ୍, କ୍ୱାର୍ଟର୍ସ, ତିନି ମହଲା ଘର, ସମ୍ବଲପୁରରେ ବ୍ୟବସାୟିକ କୋଠା ଓ ବରଗଡ଼ ଘରେ  ଯାଞ୍ଚ କରିଥିଲା ଭିଜିଲାନ୍ସ। ଚଢ଼ାଉ ବେଳେ  ସମ୍ବଲପୁରରେ ଥିବା ସରକାରୀ କ୍ୱାର୍ଟର୍ସରୁ ନଗଦ ୧୪ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ।   

Advertisment

ଏଥିସହ ସମ୍ବଲପୁର ଟାଉନରୁ ଏକ ୩ ମହଲା ଘର ସମେତ ୩ଟି କୋଠା ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱରରେରେ ଗୋଟିଏ,ସମ୍ବଲପୁର ଟାଉନରୁ ୩ଟି ଫ୍ଲାଟ୍‌ ମଧ୍ୟ ମିଳିଥିଲା। ଏଥିସହ ACFଙ୍କର ସମ୍ବଲପୁର ଓ ବରଗଡ଼ରେ ୭ଟି ପ୍ଲଟ  ଥିବା ଜଣାପଡ଼ିଛି।  ACF ଘରୁ ୧୫୦ ଗ୍ରାମ୍ ସୁନା ଜବତ  କରିଥିଲେ ଭିଜିଲାନ୍ସ ଅଧିକାରୀ। ACF ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିଥିଲେ। ହେଲେ ସେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି।

Vigilance Raid Sambalpur