Advertisment

ଜେଲ୍ ଅଧୀକ୍ଷକଙ୍କୁ ବାନ୍ଧିଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ସତ୍ୟପ୍ରକାଶଙ୍କ ନାଁରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
satyaprakash swain

satyaprakash swain

କେନ୍ଦୁଝର ଜେଲ୍ ଅଧୀକ୍ଷକଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜେଲ୍ ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ।

Advertisment

ଗତକାଲି ସତ୍ୟପ୍ରକାଶଙ୍କ କେନ୍ଦୁଝର ଅଫିସ୍, ବାସଭବନ, ଭଦ୍ରକ ପୈତୃକ ଘର, ଭୁବନେଶ୍ୱର ଲକ୍ଷ୍ମୀ ସାଗର ସ୍ଥିତ ନିଜ ଘର ଓ ଶ୍ୱଶୁର ଘର, ଜାଗମରା ସ୍ଥିତ ଘର ସମେତ ୭ଟି ସ୍ଥାନରେ ଚଢାଉ କରାଯାଇଥିଲା। ଚଢ଼ାଉ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। 

ସତ୍ୟପ୍ରକାଶଙ୍କ ଭୁବନେଶ୍ୱରରେ ଦେଢ଼ କୋଟି ଟଙ୍କାର ୪ ମହଲା କୋଠା ସହ ୪ଟି ଦାମୀ ପ୍ଲଟ୍, ୧୫ ଲକ୍ଷ ଟଙ୍କାର ଦାମୀ ଘରକରଣା ସାମଗ୍ରୀ ଆଦି ଜବତ କରିଥିଲା ଭିଜିଲାନ୍ସ। ଜେଲ୍ ଅଧୀକ୍ଷକ ଠୁଳ କରିଥିବା ସମ୍ପତ୍ତି ବାବଦରେ ପଚାରିଥିଲେ ଭିଜିଲାନ୍ସ ଅଧିକାରୀ। ହେଲେ ସତ୍ୟପ୍ରକାଶ ଠୁଳ କରିଥିବା ସମ୍ପତ୍ତି ବାବଦରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ପରେ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି।  

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ସତ୍ୟପ୍ରକାଶଙ୍କ ନାଁରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଆକଳନ ଜାରି ରଖିଛି ଭିଜିଲାନ୍ସ । 

Vigilance Raid Kendujhar