Advertisment

କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ପ୍ରସନ୍ନ ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀଙ୍କୁ ପଚରାଉଚରା କରିଥିଲା। ହେଲେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ କନିଷ୍ଠ ଯନ୍ତ୍ରୀ।

author-image
Tapaswini Nayak
ଅଦ୍ୟତନ ହୋଇଛି
JE Arrested

JE Arrested

ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ।

Advertisment

ଗତକାଲି ପ୍ରସନ୍ନଙ୍କ ଭଞ୍ଜନଗର ବାଗଦେବୀ ରୋଡରେ ଥିବା ଦୁଇଟି ତିନି ମହଲା ଘର,ବ୍ରହ୍ମପୁର ତୁଳସୀନଗରର ୪ ମହଲାବିଶିଷ୍ଟ ବିଲଡିଂ,ଭଞ୍ଜନଗର ରଘୁନାଥ ବିହାରରେ ଥିବା ଜଣେ ସଂପର୍କୀୟଙ୍କ ଘର,ବାଗଦେବୀ ରୋଡରେ ଥିବା ତାଙ୍କର ଜଣେ ଭାଇଙ୍କ ଘର,ଭଞ୍ଜନଗର ଅଫିସ୍ ଓ ଲୁଡୁଲୁଡିରେ ଥିବା ପୈତୃକ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ୬ଟି ବହୁତଳ କୋଠା ଠାବ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୨କୋଟି ୪୦ଲକ୍ଷ ହେବ। ସେହିପରି ବ୍ରହ୍ମପୁରର ତୁଳସୀ ନଗରରେ ଏକ ୪ ମହଲା କୋଠା ଠାବ କରିଥିଲା ଭିଜିଲାନ୍ସ। ଯାହାର ମୂଲ୍ୟ ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ହେବ। ଏଥିସହ କନିଷ୍ଠ ଯନ୍ତ୍ରୀଙ୍କଠାରୁ ୨ଟି ୩ ମହଲା କୋଠା, ୨ଟି ୨ମହଲା କୋଠା, ୫ଟି ପ୍ଲଟ୍ ନଗଦ ୨୩ ଲକ୍ଷ ୯୪ ଲକ୍ଷ ଟଙ୍କା ସମେତ ୨୦୦ଗ୍ରାମ ସୁନା ବି ଜବତ କରାଯାଇଥିଲା।

Advertisment

ପ୍ରସନ୍ନ ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀଙ୍କୁ ପଚରାଉଚରା କରିଥିଲା। ହେଲେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ କନିଷ୍ଠ ଯନ୍ତ୍ରୀ। ଭିଜିଲାନ୍ସ ଆଜି ପ୍ରସନ୍ନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Vigilance Raid