/odisha-reporter/media/post_attachments/uploadimage/library/16_9/16_9_0/Vigilance_1733813009.jpg)
Vigilance
କନିଷ୍ଠ କିରାଣିଙ୍କୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡଗିରି ସବ୍ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣି ଦେବଜାନି କରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଦେବଜାନିଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଜମି କାଗଜପତ୍ର ବାବଦକୁ ଦେବଜାନି ଜଣେ ବ୍ୟକ୍ତିଙ୍କୁ ୨୦ହଜାର ଟଙ୍କା ମାଗିଥିଲେ। ସଂପୃକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ନିକଟରେ ଏନେଇ ଅଭିଯୋଗ କରିଥିଲେ। ପରେ ଭିଜିଲାନ୍ସ ଦେବଜାନି ଧରିବାକୁ ଯୋଜନା କରିଥିଲା। ଜମିଜମା ବାବଦକୁ ବ୍ୟକ୍ତିଙ୍କଠାରୁ ଦେବଜାନି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଫିସରେ ଯାଞ୍ଚ କରିଥିଲା।
ଅଫିସରେ ଯାଞ୍ଚ ବେଳେ ୧୫ ଲକ୍ଷରୁ ଅଧିକ ଟଙ୍କା ଭିଜିଲାନ୍ସ ଅଧିକାରୀ ଜବତ କରିଥିଲେ। ଏତେ ଟଙ୍କା ଦେବଜାନି କେଉଁଠୁ ଆଣିଲେ ଭିଜିଲାନ୍ସ ପ୍ରଶ୍ନରେ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ। ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
