Advertisment

ମାର୍କେଟିଂ ଇନ୍ସପେକ୍ଟରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ମାର୍କେଟିଂ ଇନ୍ସପେକ୍ଟରର ସୀତେଶ ରଞ୍ଜନ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।

ଅଦ୍ୟତନ ହୋଇଛି
Kandhamal

Kandhamal

Advertisment

୧୫ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହକାରୀ ନିବନ୍ଧକ ସମବାୟ ସମିତି ସମୂହ (ARCS) ଅଫିସର ମାର୍କେଟିଂ ଇନ୍ସପେକ୍ଟର ସୀତେଶ ରଞ୍ଜନ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିଛି ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି କୋର୍ଟ। ଜୋରିମାନା ଅନାଦେୟ ଅଧିକ ୩ ମାସ କରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ। ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ଭି.ଭି ରାମଦାସ।

Advertisment

ଦୋଷୀ ସାବ୍ୟସ୍ତ ହୋଇଥିବା ମାର୍କେଟିଂ ଇନ୍ସପେକ୍ଟର ସୀତେଶ ରଞ୍ଜନ ଦାସ ୨୦୧୮ ମସିହାରେ ରାଇକିଆ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର (RCMS) ଭାରପ୍ରାପ୍ତ ସମ୍ପାଦକ ଥିଲେ। ଦୁଇଟି ଦୋକାନ ଘର ଭଡ଼ା ଚୁକ୍ତି ନବୀକରଣ ପାଇଁ ବସନ୍ତ କୁମାର ବେହେରାଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। 

ଏହି ମାମଲାରେ ମୋଟ ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

ରିପୋର୍ଟ - ଫଲବାଣୀରୁ ତ୍ରିନାଥ ସାହୁ 

Kandhamal Vigilance Raid Odisha Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe