Advertisment

୪ କୋଟି ଟଙ୍କାର ଭାଟ୍ ଚଳୁ: ୨ ବ୍ୟବସାୟୀ ଓ ସହାୟକ ବାଣିଜ୍ୟକର ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ସିଟିଆଣ୍ଡଜିଏସଟି ଅଫିସର ନିଜ କ୍ଷମତାର ଦୁରୂପଯୋଗ କରି ସରକାରୀ ଅର୍ଥ ତୋଷାରପାତ କରିଥିବାର ଅଭିଯୋଗ ହୋଇଥିଲା ।

VAT

VAT

Advertisment

କ୍ଷମତାର ଦୁରୂପଯୋଗ କରି ୨ ଜଣ ବ୍ୟବସାୟୀଙ୍କ ସହ ମିଶି ୪.୦୩କୋଟି ଟଙ୍କା ଭାଟ୍ ହେରଫେର କରିବା ମହଙ୍ଗା ପଡ଼ିଛି । ଜୟପୁରସ୍ଥିତ  ଆସିଷ୍ଟାଣ୍ଟ କର୍ମସିଆଲ ଅଫିସର (ସହାୟକ ବାଣିଜ୍ୟକର ଅଧିକାରୀ) ଅବିନାଶ ପ୍ରଧାନ ଓ ଅନ୍ୟ ୨ଜଣ ସାତ୍ୟକୀ ପଟ୍ଟନାୟକ ଓ ଦୀପ୍ତିକାନ୍ତ ଚୌଧୁରୀଙ୍କୁ ବ୍ୟବସାୟୀଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି ।

Advertisment

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ସିଟିଆଣ୍ଡଜିଏସଟି ଅଫିସର ନିଜ କ୍ଷମତାର ଦୁରୂପଯୋଗ କରି ସରକାରୀ ଅର୍ଥ ତୋଷାରପାତ କରିଥିବାର ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ କରି ଭିଜିଲାନ୍ସ ଜାଣିବାକୁ ପାଇଛି ଯେ, ସିଟି ଆଣ୍ଡ ଜିଏସଟି ଅଫିସରଙ୍କ ସହ ମିଶି ଦୁଇ ବ୍ୟବସାୟୀ ସାତ୍ୟକୀ ପଟ୍ଟନାୟକ ଓ ଦୀପ୍ତିକାନ୍ତ ଚୌଧୁରୀ ୪କୋଟି ୩ଲକ୍ଷ ୯ହଜାର ୭୨୩ଟଙ୍କା ଚଳୁ କରିଦେଇଛନ୍ତି । ତା’ପୁଣି ଜାଲି ଦସ୍ତାବିଜ ଦାଖଲ କରି । ୨୦୧୧ ଜୁନ ୧ରୁ ୩୦ ତାରିଖ ଓ ୨୦୧୨ ମାର୍ଚ୍ଚ ୧ରୁ ୩୧ତାରିଖ ମଧ୍ୟରେ ଆରେଭା ଟିଆଣ୍ଡଡି କମ୍ପାନୀର ମାଲିକ ବ୍ୟବସାୟୀ ଦୀପ୍ତିକାନ୍ତ ଚୌଧୁରୀ ୧କୋଟି ୨୩ଲକ୍ଷ ଟଙ୍କା ଏବଂ ଅନ୍ୟଜଣେ ବ୍ୟବସାୟୀ ସାତ୍ୟକୀ ପଟ୍ଟନାୟକ(ଅଲଷ୍ଟମ ଟିଆଣ୍ଡଡି କମ୍ପାନୀ ମାଲିକ) ୨୦୧୧ ଏପ୍ରିଲରୁ ୨୦୧୩ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ୨କୋଟି ୮୦ଲକ୍ଷ ୯ହଜାର ୭୧୭ଟଙ୍କାର ଭ୍ୟାଟ୍ ସଂକ୍ରାନ୍ତ ଜାଲ ଦସ୍ତାବିଜ ମେସର୍ସ ଜିଇଆଣ୍ଡଟିଡି ଇଣ୍ଡିଆ ଲିଃ(ଏବେ ମେସର୍ସ ଜିଇ ଭେରୋନା) ପକ୍ଷରୁ ଦାଖଲ କରିଥିଲେ ।

ଭିଜିଲାନ୍ସ ଏନେଇ ଗତ ଦୁଇଦିନ ତଳେ ଡିସେମ୍ବର ୧୦ତାରିଖରେ ଏକ ମାମଲା ରୁଜୁ କରି ଏହି ସରକାରୀ ଅର୍ଥ ତୋଷାରପାତ ଅଭିଯୋଗରେ ଅବିନାଶଙ୍କ ସମେତ ସାତ୍ୟକୀ ଓ ଦୀପ୍ତିକାନ୍ତଙ୍କୁ ଗିରଫ କରିଥିବାବେଳେ ଏହି ମାମଲାରେ ଅନ୍ୟ କେଉଁ ବ୍ୟକ୍ତିମାନେ ସମ୍ପୃକ୍ତ ଅଛନ୍ତି ତା’ର ଖୋଳତାଡ଼ କରୁଛି । ଏହି ୩ଜଣଙ୍କୁ ଗିରଫ କରିଆଜି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଚାଲାଣ କରାଯାଇଥିଲା ।

Advertisment

ଅବିନାଶ ଏବେ ଜୟପୁରରେ ସହାୟକ ବାଣିଜ୍ୟକର ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ।

Odisha Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe