Advertisment

6 ଲକ୍ଷ ନେଇ ଆସୁଥିଲେ କନ୍‌ଷ୍ଟେବଳ, ମାଡ଼ି ବସିଲା ଭିଜିଲାନ୍ସ

ବୁଧବାର ଦିନ ଗୋଟିଏ ଗାଁରୁ ୬ ଲକ୍ଷ ଟଙ୍କା ଧରି ଫେରୁଥିବା ବେଳେ କନ୍‌ଷ୍ଟେବଲ୍‌କୁ ମାଡ଼ି ବସିଥିଲା ଭିଜିଲାନ୍ସ। ତା’ଠାରୁ ୬ ଲକ୍ଷ ଟଙ୍କା ଜବତ ହୋଇଛି ।

author-image
Manoj Swain
ଅଦ୍ୟତନ ହୋଇଛି

ଏସ୍‌ପିଙ୍କ ନାଁରେ କନ୍‌ଷ୍ଟେବଳ ନେଉଥିଲେ ଟଙ୍କା ! ଗାଁକୁ ଗାଁ ବୁଲି ବୈଠକ କରି ଗଞ୍ଜେଇ ଚାଷୀଙ୍କଠାରୁ ଆଦାୟ କରୁଥିଲେ ପୁଳାପୁଳା ଟଙ୍କା। ବୁଧବାର ଦିନ ଗୋଟିଏ ଗାଁରୁ ୬ ଲକ୍ଷ ଟଙ୍କା ଧରି ଫେରୁଥିବା ବେଳେ କନ୍‌ଷ୍ଟେବଳଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ତାଙ୍କଠାରୁ ୬ ଲକ୍ଷ ଟଙ୍କା ଜବତ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ। ବୌଦ୍ଧ ଏସ୍‌ପିଙ୍କ ସ୍ପେଶାଲ୍‌ ସ୍କ୍ୱାର୍ଡରେ ନିୟୋଜିତ ହୋଇଥିଲେ କନଷ୍ଟେବଳ ହରୀଶ ଚନ୍ଦ୍ର ସାହୁ।

Advertisment
Odisha Police Boudh