Advertisment

ହାତଗୁଞ୍ଜା ମାଗୁଥିଲେ ଜିଆରଏସ ମ୍ୟାଡାମ୍

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ୍‌କର୍ଲାକୋଟ ଜିଆରଏସ୍‌ ମାର୍‌ଗ୍ରେଟ୍ ପାଣିଗ୍ରାହୀ।

author-image
Manoj Swain

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ୍‌କର୍ଲାକୋଟ ଜିଆରଏସ୍‌ ମାର୍‌ଗ୍ରେଟ୍ ପାଣିଗ୍ରାହୀ। ଜଣେ ଜବ୍‌ କାର୍ଡଧାରୀଙ୍କଠାରୁ ସେ ଏହି ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏମ୍‌ଜିଏନ୍‌ଆରଇଜି ଯୋଜନାରେ ହୋଇଥିବା ଏକ କାମର ମଷ୍ଟର ରୋଲ ପ୍ରସ୍ତୁତ କରିବା ଓ ଉକ୍ତ ଜବ୍‌ କାର୍ଡଧାରୀଙ୍କ ସମେତ ଅନ୍ୟ ଜବ୍‌ କାର୍ଡଧାରୀ ଯେପରି ସେମାନଙ୍କ ପ୍ରାପ୍ୟ ପାଇ ପାରିବେ, ତାହା ନିଶ୍ଚିତ କରିବାକୁ ଜିଆରଏସ୍ ମାରଗ୍ରେଟ୍ ପାଣିଗ୍ରାହୀ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। 

Advertisment
Odisha Kalahandi