ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଖଣ୍ଡହତା ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ରାଜେନ୍ଦ୍ର ମିଶ୍ର ଓ ସହକାରୀ ରାଜସ୍ୱ ନିରୀକ୍ଷକ (ଏଆରଆଇ) ପଞ୍ଚାନନ ଡାଙ୍ଗ ଆଜି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସଂଗ୍ରାମପୁର ଗାଁର ନିତ୍ୟାନନ୍ଦ ପଧାନଙ୍କ ବାପାଙ୍କ ନାମରେ ଏକ ତଦନ୍ତ ରିପୋର୍ଟ ତହସିଲ ଅଫିସକୁ ପଠାଇବା ପାଇଁ ଆରଆଇ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ନିତ୍ୟାନନ୍ଦ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ। ତା’ପରେ ଜାଲ ବିଛାଇଥିଲା ଭିଜିଲାନ୍ସ।
Also Read
ଆରଆଇ ରାଜେନ୍ଦ୍ର ମିଶ୍ର ଆଜି ଏଆରଆଇ ପଞ୍ଚାନନ ଡାଙ୍ଗଙ୍କ ମାଧ୍ୟମରେ ନିତ୍ୟାନନ୍ଦଙ୍କଠାରୁ ଲାଞ୍ଚ ଅର୍ଥ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। ଉଭୟ ଆରଆଇ ଓ ଏଆରଆଇଙ୍କୁ ଭିଜିଲାନ୍ସ ଗିରଫ କରି ସୋନପୁର ଭିଜିଲାନ୍ସ ଅଫିସକୁ ନେଇ ଅଧିକ ତଦନ୍ତ କରୁଛି। ଆଜିର ଏହି ଚଢ଼ାଉରେ ଉଭୟ ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ବିଭାଗର କର୍ମଚାରୀ ସାମିଲ ଥିଲେ।
ରିପୋର୍ଟ- ସୋନପୁରର ରବୀନ୍ଦ୍ର ହୋତା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ମୃତଦେହକୁ ଚିହ୍ନଟ କରିଥିଲେ ବାପା, ଜେଲରେ ୪ ଅଭିଯୁକ୍ତ: କିନ୍ତୁ ଏବେ ସମସ୍ତେ ଚକିତ!
୨୦୨୩ ସେପ୍ଟେମ୍ବର ମାସରରେ ଲଳିତା ଗାନ୍ଧି ସାଗର ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ଗୋଟିଏ ଟ୍ରକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା।

Crime
ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଖଣ୍ଡଖଣ୍ଡ କରିବା ଘଟଣା: କଳା ଯାଦୁ, ଟଙ୍କା ଟ୍ରାନ୍ସଫର ଓ ପରକୀୟା ପ୍ରୀତି!
ଲଣ୍ଡନରେ କାମ କରୁଥିବା ସୌରଭ ଫେବୃଆରୀ ୨୪ରେ ନିଜର ୬ ବର୍ଷର ଝିଅର ଜନ୍ମ ଦିନ ପାଇଁ ଭାରତ ଆସିଥିଲେ। କିନ୍ତୁ ମାର୍ଚ୍ଚ ୪ରେ ତାଙ୍କୁ ହତ୍ୟା କରାଯାଇଥିଲା।

Crime
ପରକୀୟା ପ୍ରୀତି କଥା ଜାଣି ଦେଲେ ସ୍ୱାମୀ: ପ୍ରେମିକ ସହ ମିଶି ଜୀବନ ନେଇଗଲା ସ୍ତ୍ରୀ
ହତ୍ୟା ପରେ ପ୍ରେମିକ ସହ ମିଶି ମହିଳା ଜଣଙ୍କ ବାଇକରେ କେମିତି ସ୍ୱାମୀଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ନେଉଥିଲେ ତା’ର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

Crime
ଲଣ୍ଡନ ଫେରନ୍ତା ସ୍ୱାମୀଙ୍କୁ କାହିଁକି ପ୍ରେମିକ ସହ ମିଶି ଖଣ୍ଡ ଖଣ୍ଡ କଲା ପତ୍ନୀ?
ସେ ନିଜର ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି ଗୋଟିଏ ଡ୍ରମ୍ପରେ ସିମେଣ୍ଟ ଦେଇ ଲୁଚାଇ ଦେଇଛି।

Crime
କାହିଁକି ଦୁଷ୍କର୍ମ ଅଭିଯୁକ୍ତକୁ ଗୁଳି କଲା ପୁଲିସ୍?
ସେ ଜଣେ ୭ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଖବର ଆସିବା ପରେ ଏପରି ଗିରଫଦାରୀ ହୋଇଥିଲା।