Advertisment

ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ ଓ ଏଆରଆଇ

ଆରଆଇ ରାଜେନ୍ଦ୍ର ମିଶ୍ର ଆଜି ଏଆରଆଇ ପଞ୍ଚାନନ ଡାଙ୍ଗଙ୍କ ମାଧ୍ୟମରେ ନିତ୍ୟାନନ୍ଦଙ୍କଠାରୁ ଲାଞ୍ଚ ଅର୍ଥ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ।

ଅଦ୍ୟତନ ହୋଇଛି
RI & ARI

RI & ARI

Advertisment

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଖଣ୍ଡହତା ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ରାଜେନ୍ଦ୍ର ମିଶ୍ର ଓ ସହକାରୀ ରାଜସ୍ୱ ନିରୀକ୍ଷକ (ଏଆରଆଇ) ପଞ୍ଚାନନ ଡାଙ୍ଗ ଆଜି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Advertisment

ସଂଗ୍ରାମପୁର ଗାଁର ନିତ୍ୟାନନ୍ଦ ପଧାନଙ୍କ ବାପାଙ୍କ ନାମରେ ଏକ ତଦନ୍ତ ରିପୋର୍ଟ ତହସିଲ ଅଫିସକୁ ପଠାଇବା ପାଇଁ ଆରଆଇ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ନିତ୍ୟାନନ୍ଦ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ। ତା’ପରେ ଜାଲ ବିଛାଇଥିଲା ଭିଜିଲାନ୍ସ।

ଆରଆଇ ରାଜେନ୍ଦ୍ର ମିଶ୍ର ଆଜି ଏଆରଆଇ ପଞ୍ଚାନନ ଡାଙ୍ଗଙ୍କ ମାଧ୍ୟମରେ ନିତ୍ୟାନନ୍ଦଙ୍କଠାରୁ ଲାଞ୍ଚ ଅର୍ଥ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। ଉଭୟ ଆରଆଇ ଓ ଏଆରଆଇଙ୍କୁ ଭିଜିଲାନ୍ସ ଗିରଫ କରି ସୋନପୁର ଭିଜିଲାନ୍ସ ଅଫିସକୁ ନେଇ ଅଧିକ ତଦନ୍ତ କରୁଛି। ଆଜିର ଏହି ଚଢ଼ାଉରେ ଉଭୟ ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ବିଭାଗର କର୍ମଚାରୀ ସାମିଲ ଥିଲେ।

Advertisment

ରିପୋର୍ଟ- ସୋନପୁରର ରବୀନ୍ଦ୍ର ହୋତା

Bribe Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe