Advertisment

ରାସ୍ତା ମଝିରେ ଫରେଷ୍ଟ ଗାର୍ଡକୁ ମାଡି ବସିଲା ଭିଜିଲାନ୍ସ

ନନ୍ଦାହାଣ୍ଡି ବ୍ଲକ୍‌ ଜଗନ୍ନାଥପୁର ବିଟର ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରି ଆଜି ଏକ ଲକ୍ଷ ୫୩ ହଜାର ଟଙ୍କା ଧରି ନିଜ ବାଇକ୍‌ରେ ରଖି ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ ପିଛା କରିଥିଲା।

Vigilance

Vigilance

Advertisment

ରାସ୍ତା ମଝିରେ ଫରେଷ୍ଟ ଗାର୍ଡକୁ ମାଡି ବସିଲା ଭିଜିଲାନ୍ସ। ତାଙ୍କଠାରୁ ଦେଢ ଲକ୍ଷରୁ ଅଧିକ ଟଙ୍କା ଜବତ କରି ଉଚରା ଉଚରା କରୁଛି। ହେଲେ ସନ୍ତୋଷ ଜନକ ଉତ୍ତର ପାଇନଥିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କ ଅଫିସ୍ ଓ ଘରେ ଚଢ଼ଉ କରିଛି। ଆଜି ଏପରି ଖବର ନବରଙ୍ଗପୁରରୁ ଆସିଛି।

Advertisment

ନନ୍ଦାହାଣ୍ଡି ବ୍ଲକ୍‌ ଜଗନ୍ନାଥପୁର ବିଟର ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରି ଆଜି ଏକ ଲକ୍ଷ ୫୩ ହଜାର ଟଙ୍କା ଧରି ନିଜ ବାଇକ୍‌ରେ ରଖି ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ ପିଛା କରିଥିଲା। ଖାତିଗୁଡ଼ା ନିକଟସ୍ଥ ଇନ୍ଦ୍ରାବତୀ ପୋଲ ନିକଟରେ ତାଙ୍କୁ ଅଟକାଇ ଥିଲା। ପରେ ତାଙ୍କୁ ଯାଞ୍ଚ କରିଥିଲେ ଭିଜିଲାନ୍ସ ଟିମ୍‌। ସେହି ସମୟରେ ତାଙ୍କଠାରୁ ଏତେ ପରିମାଣର ଟଙ୍କା ପାଇଥିଲା। ସେ ଏତେ ଗୋଡାଏ ଟଙ୍କା କେଉଁଠୁ ଆଣିଲେ? ତାଙ୍କୁ କିଏ ଟଙ୍କା ଦେଇଥିଲା? ତା’ର ସନ୍ତୋଷ ଜନକ ଉତ୍ତର ସେ ଦେଇ ପାରିନଥିଲେ। ଯେଉଁଥିପାଇଁ ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ତାଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Vigilance Raid Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe