Advertisment

ବିଇଓଙ୍କୁ ଘରୁ ଉଠାଇ ନେଲା ଭିଜିଲାନ୍ସ

ବିଇଓ ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରି ସେୟାର ମାର୍କେଟରେ ନିବେଶ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
BEO

BEO

Advertisment

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ। ନ୍ୟାସନାଲ ପେନସନ୍ ସ୍କିମ୍ ଟଙ୍କା ହଡ଼ପ ଅଭିଯୋଗରେ ବିଇଓ ରସାନନ୍ଦ କରଙ୍କୁ ଉଠାଇ ନେଇଛି ଭିଜିଲାନ୍ସ । ବିଇଓ ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରି ସେୟାର ମାର୍କେଟରେ ନିବେଶ କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ରସାନନ୍ଦଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି।

Advertisment

 ଶିକ୍ଷକମାନେ ନ୍ୟାସନାଲ ସ୍କିମ ପେନସନ୍ ଜରିଆରେ ଲୋନ ଉଠାଇଥାନ୍ତି। ଏହି ଲୋନ୍ ଟଙ୍କା ଉଠାଇବା ପାଇଁ ଶିକ୍ଷକଙ୍କ ବଦଳରେ ନିଜର ଇମେଲ ଓ ଫୋନ ନମ୍ବର ଦେଇନଥାନ୍ତି ବିଇଓ। ଶିକ୍ଷକମାନେ ଏହି ଲୋନ ଉଠାଇବା ବେଳେ ଓଟିପି ବିଇଓଙ୍କ ପାଖକୁ ଆସିଥାଏ। ବିଇଓ ଏହି ସୁଯୋଗରେ ଶିକ୍ଷକଙ୍କ ନାଁରେ ଲୋନ୍ ଟଙ୍କା ହଡ଼ପ କରିଥାନ୍ତି।

ଏହାସହ ଲୋନ୍ ଟଙ୍କା ଉଠାଇବା ପାଇଁ  ବିଇଓ ମଧ୍ୟ ଶିକ୍ଷକମାନଙ୍କୁ ଲାଞ୍ଚ ମାଗିଥାନ୍ତି। ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ତଦନ୍ତ କରି ଗତକାଲି ବିଇଓଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରିଛି।

Advertisment
Kandhamal BEO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe