Advertisment

ଚିଫ୍ ଇଞ୍ଜିନିୟର ଠୁଳ କରିଛନ୍ତି ପୁଳା ପୁଳା ପ୍ଳଟ, ଭିଜିଲାନ୍ସ ରେଡ୍ ବେଳେ ଫିଟିଲା ଗୁମର

ପ୍ଲଟ ଓ ଫ୍ଲାଟ ବ୍ୟତୀତ ତାଙ୍କର ୮୨ ଲକ୍ଷ ୮୦ ହଜାର ୫୮ ଟଙ୍କାର ବ୍ୟାଙ୍କ ଜମା ଅଛି।

author-image
Jitendra Garnayak
Kailash Chandra Sahu

Kailash Chandra Sahu

କେନ୍ଦୁଝର ଜିଲ୍ଲା ବୈତରଣୀ ବେସିନର ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର କୈଳାସଚନ୍ଦ୍ର ସାହୁଙ୍କର ରହିଛି ପୁଳା ପୁଳା ପ୍ଲଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ତାଙ୍କ ଭୁବନେଶ୍ୱର ସ୍ଥିତ ଘର ସମେତ ୧୦ଟି ଠିକଣାରେ ଚଢ଼ାଉ କରାଯାଇଥିବା ବେଳେ ସାମ୍ନାକୁ ଆସିଛି ତାଙ୍କ ନାଁରେ ତଥା ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ବିପୁଳ ସଂପତ୍ତି ସଂପର୍କିତ ତଥ୍ୟ।

Advertisment

ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର କୈଳାସ ଚନ୍ଦ୍ର ସାହୁଙ୍କର ୨୮ଟି ପ୍ଲଟ ଅଛି। ସେଥିରୁ ୨୩ଟି କେବଳ ଯାଜପୁର ଜିଲ୍ଲାରେ ଥିବା ବେଳେ ୪ଟି ଖୋର୍ଦ୍ଧା ଓ ଗୋଟିଏ କଟକ ଜିଲ୍ଲାରେ ଅଛି। କେବଳ ପ୍ଲଟ ରଖି ନାହାନ୍ତି କୈଳାସ ଚନ୍ଦ୍ର ସାହୁ, ଏକ ତିନି ମହଲା ଘର ସହିତ ତାଙ୍କର ୩ଟି ଫ୍ଲାଟ ମଧ୍ୟ ଅଛି।

ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲର ମୃତ୍ୟୁଞ୍ଜୟପୁର ମୌଜାରେ କୈଳାସ ଚନ୍ଦ୍ର ସାହୁଙ୍କର ଏକ ତିନି ମହଲା ବିଶିଷ୍ଟ ଆବାସିକ କୋଠା ଅଛି, ଯାହା ନିର୍ମାଣାଧୀନ ରହିଛି। ଭୁବନେଶ୍ୱରର ଭୋଇ ନଗରରେ ଏକ ଆପାର୍ଟମେଣ୍ଟରେ ତାଙ୍କର ଏକ ଫ୍ଲାଟ୍ ଅଛି। ସେହିଭଳି ପୁରୀ ଓ ଯାଜପୁରରେ ତାଙ୍କର ଗୋଟିଏ ଲେଖାଏଁ ଫ୍ଲାଟ ଅଛି। ଯାଜପୁରର ବ୍ୟାସନଗରରେ ଏକ ଆପାର୍ଟମେଣ୍ଟରେ ତାଙ୍କର ଏକ ଦୋକାନ ଘର ଅଛି। ଏହି ସମସ୍ତ ପ୍ଲଟ୍, ଫ୍ଲାଟ ଓ ନିର୍ମାଣାଧୀନ ଘରର ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ମାପଚୁପ ଓ ହିସାବକିତାବ ଜାରି ରଖିଛି।

Advertisment

ପ୍ଲଟ ଓ ଫ୍ଲାଟ ବ୍ୟତୀତ ତାଙ୍କର ୮୨ ଲକ୍ଷ ୮୦ ହଜାର ୫୮ ଟଙ୍କାର ବ୍ୟାଙ୍କ ଜମା ଅଛି। ଅନ୍ୟ ଜମା ଓ ନିବେଶ ସଂପର୍କରେ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ। ତାଙ୍କର ଗୋଟିଏ ଚାରି ଚକିଆ ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି। ତାଙ୍କ ସଂପତ୍ତି ନେଇ ଅଧିକ ଖୋଳତାଡ଼ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Vigilance Raid Odisha Vigilance