ଅବକାରୀ ASIଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବାଲୁଗାଁ ଅବକାରୀ ASI ସୁଦୀପ୍ତ ଦାଶଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ସୁଦୀପ୍ତଙ୍କ ନୟାଗଡ଼ ସ୍ଥିତ ବାସଭବନ, ତାଙ୍କ ଭଡ଼ା ଘର ଓ ବାଲୁଗାଁରେ ଥିବା ଭଡ଼ା ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ଏହି ଚଢ଼ାଉରେ ୪ଜଣ ଡିଏସପି ଓ ୬ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।
ସୁଦୀପ୍ତ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସୁଦୀପ୍ତଙ୍କ ଘରେ ଚଢ଼ାଉ କରିଛି। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମା’ ପାଲଟିଗଲା ପଥର; ଛୁଆଙ୍କୁ ଚେଙ୍କ ଦେଲା ପ୍ରେମିକ
ବାପା ଥାଉ ଥାଉ ଅନୈତିକ ସମ୍ପର୍କରେ ବୁଡ଼ି ରହିଥିଲା ମା’ । ଏହାକୁ ବିରୋଧ କରିବା ପିଲାଙ୍କ ପାଇଁ କାଳ ହେଲା। ପାଟି ଫିଟାଇବାର ଶାସ୍ତି ସ୍ୱରୁପ ମା’ ଆଗରେ ପିଲାଙ୍କୁ ଚେଙ୍କ ଦେଇ ଚାଲିଲା ତାଙ୍କ ପ୍ରେମିକ ।
Crime
ଯୌନ ନିର୍ଯାତନା ଅଭିଯୋଗରେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ ଗିରଫ
କୋଲକାତାରେ ନିଜ ସଙ୍ଗୀତ ଶିକ୍ଷାକେନ୍ଦ୍ରର ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଗିରଫ ଭୟରେ ମୁମ୍ବାଇରେ ଲୁଚିଥିଲେ କଣ୍ଠଶିଳ୍ପୀ ସଞ୍ଜୟ ଚକ୍ରବର୍ତ୍ତୀ। ସାଙ୍ଗ ଘରୁ ବାନ୍ଧିଲା କୋଲକାତା ପୁଲିସ।
Crime
ରାଜଧାନୀରେ ଉତ୍ପାତ କରୁଛନ୍ତି ଚେନ୍ ଲୁଟେରା
ଦୁର୍ବୃତ୍ତ ସିନା ସୁନା ଚେନ୍ ନେଇ ପାରିଲେନାହିଁ, କିନ୍ତୁ ବିଷ୍ଣୁ ପାତ୍ର ବାଇକ୍ରୁ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ମାଟିରେ ମାଡ଼ ହୋଇଯାଇଥିଲା। ସେ ରକ୍ତାକ୍ତ ହୋଇ ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା।
Crime
ସପ୍ତମ ପାସ୍ରେ ଆୟୁର୍ବେଦିକ ଡାକ୍ତର, କରୁଥିଲେ ପାଇଲ୍ସ ଅପରେସନ
କେହି ଜଣେ ବି ଉତ୍ପଲଙ୍କ ନାଁରେ ଅଭିଯୋଗ କରିବା ପରେ ଆଜି ପୁଲିସ ପକ୍ଷରୁ ତାଙ୍କ କ୍ଲିନିକ୍ ଉପରେ ଚଢ଼ାଉ କରାଯାଇଥିଲା।
Crime
ଭିଜିଲାନ୍ସ ଜାଲରେ ଭାଗବତ, କାମ କରିଦେବାକୁ ଲାଞ୍ଚ ମାଗି ଫସିଗଲେ
ଅଭିଯୋଗ ପାଇବା ପରେ ଯୋଜନାବଦ୍ଧ ଭାବେ ଭାଗବତଙ୍କୁ ଧରିଲା ଭିଜିଲାନ୍ସ।