Advertisment

ଅବକାରୀ ବାବୁଙ୍କର ମାଳ ମାଳ ଫ୍ଲାଟ୍‌ ସାଙ୍ଗକୁ ପ୍ଲଟ୍‌, ହେଲେ ଏବେବି ରହୁଛନ୍ତି ଭଡ଼ାଘରେ

ଅବସର ନେବାକୁ ଆଉ ମାତ୍ର ବର୍ଷେ ଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ି ଯାଇଛନ୍ତି ଭୁବନେଶ୍ୱର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ।

author-image
Niharika Rout
ଅଦ୍ୟତନ ହୋଇଛି
Raid

Raid

ଚାକିରି ସରିବାକୁ ବସିଲାଣି । ହେଲେ ଏବେବି ଭଡ଼ାଘରେ ରହୁଥିବା ବେଳେ ବାଇକ୍‌ରେ କରୁଛନ୍ତି ଯାତାୟତ । ହେଲେ ବାବୁ ଠୁଳ କରିଛନ୍ତି ଅମାପ ସମ୍ପତ୍ତି । ରେଡ ବେଳେ ସରକାରୀ ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ବି ତାଜୁବ । ଅବସର ନେବାକୁ ଆଉ ମାତ୍ର ବର୍ଷେ ଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ି ଯାଇଛନ୍ତି ଭୁବନେଶ୍ୱର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ।

Advertisment

ରାମଚନ୍ଦ୍ର ଅବକାରୀ ବିଭାଗର ସବ୍‌ଇନ୍ସପେକ୍ଟର ପଦବୀରେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଏବେ ସେ ଜଏଣ୍ଟ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ଆସନ୍ତା ବର୍ଷ ସେ ଅବସର ନେଇଥାନ୍ତେ। ହେଲେ ଏହା ପୂର୍ବରୁ ତାଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାମଚନ୍ଦ୍ର ମିଶ୍ରଙ୍କ ଘର, ଅଫିସ ସମେତ ୧୦ଟି ସ୍ଥାନରେ ଆଜି ସକାଳୁ ଏକକାଳୀନ ରେଡ୍ ଚାଲିଛି। ଇତି ମଧ୍ୟରେ ରାମଚନ୍ଦ୍ରଙ୍କ ମାଳ ମାଳ ଘର ଓ ଫ୍ଲାଟ୍ ଠାବ ହୋଇ ସାରିଲାଣି । ଏହାବାଦ ଘରୁ ବିଡ଼ା ବିଡ଼ା ଟଙ୍କାକୁ ପୁଳା ପୁଳା ସୁନା ଅଳଙ୍କାର ବି ଜବତ ହୋଇଛି। ଏଯାବତ ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଚଢ଼ାଉ ସରି ନ ଥିବାରୁ ଏହି ସମ୍ପତ୍ତି ତାଲିକା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।

Advertisment

ବର୍ତ୍ତମାନ ସୁଦ୍ଧା ରେଡରୁ ରାମଚନ୍ଦ୍ର ମିଶ୍ରଙ୍କର ୩୦ରୁ ଅଧିକ ପ୍ଲଟ୍ ଠାବ ହୋଇଥିବା ସୂଚନା ମିଳିଛି। ବଲାଙ୍ଗିର ଠିକାଦାରପଡ଼ା, ସମ୍ବଲପୁର ଅଇଁଠାପାଲି, ବୁର୍ଲା, ତରଭାରେ ରାମଚନ୍ଦ୍ର ମିଶ୍ରଙ୍କ ଘର ରହିଛି ।

ସେହିପରି ବରଗଡ଼ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ 2 BHK ଫ୍ଲାଟ୍, ସମ୍ବଲପୁର ମୟୂର ରେସିଡେନ୍ସିରେ 3 BHK ଆପାର୍ଟିମେଣ୍ଟ, ଭୁବନେଶ୍ୱର ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସରେ ରହିଛି 2BHK ଆପାର୍ଟମେଣ୍ଟ। ସୋନପୁରର ତରଭାରେ ରାଇସ୍ ମିଲ୍ ଓ ସୋନପୁରରେ ରହିଛି ଫାର୍ମ ହାଉସ୍‌ । ଏସବୁ ସ୍ଥାନ ସମେତ ଭୁବନେଶ୍ୱର ଧର୍ମବିହାର ଭଡ଼ା ଘରେ ରାମଚନ୍ଦ୍ର ରହୁଥିବା ବେଳେ ସେଠାରେ ବି ରେଡ୍ କରିଛି ଭିଜିଲାନ୍ସ।

ଭୁବନେଶ୍ୱର, ସୋନପୁର, ବରଗଡ଼, ବଲାଙ୍ଗୀର ସମେତ ରାଜ୍ୟର ୧୦ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି। ଏକାଧିକ ବ୍ୟାଙ୍କରେ ରହିଛି ମୋଟା ଅଙ୍କର ଜମା ରାଶି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ରାମଚନ୍ଦ୍ରଙ୍କର ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରି ସାରିଥିବା ବେଳେ ଏହି ତାଲିକା ଆହୁରି ବଢ଼ିବ ବୋଲି ସୂଚନା ମିଳିଛି।

ଚଢ଼ାଉରେ ଭିଜିଲାନ୍ସର ୧୦ ଡିଏସପିଙ୍କ ସମେତ ୧୫ ଜଣ ଇନ୍ସିପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ତେବେ ରାମଚନ୍ଦ୍ର ଖୁବ୍‌ ସାଧାସିଧା ହୋଇଥିବା ବେଳେ ଏପର୍ଯ୍ୟନ୍ତ ଭଡ଼ାଘରେ ରହୁଥିବାରୁ ସେ ଅମାପ ସମ୍ପତ୍ତି ଠୁଳ କରିଥିବା ବିଶ୍ୱାସ କରି ପାରୁ ନାହାନ୍ତି ପଡ଼ୋଶୀ। ଏପରିକି ଭିଜିଲାନ୍ସ ଭୁଲ୍‌ ସୂଚନା ପାଇ ତାଙ୍କ ଘର ଉପରେ ରେଡ୍‌ କରୁଥିବା ସେମାନେ କହିଛନ୍ତି।

Bhubaneswar Vigilance Raid