Advertisment

ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର, ୬ଟି ସ୍ଥାନରେ ଚାଲିଛି ରେଡ୍‌

ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ଆଜି ସକାଳୁ ଚାଲିଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମୁଦାୟ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି ।

ଅଦ୍ୟତନ ହୋଇଛି
Raid

Raid

Advertisment

ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର । ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ଆଜି ସକାଳୁ ଚାଲିଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମୁଦାୟ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି

Advertisment

ଆଜି ଭୋର ୪ଟାରୁ ଏହି ଚଢ଼ାଉ ଆରମ୍ଭ ହୋଇଛି। ଭୁବନେଶ୍ୱରର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘରେ ତଥା ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ତେବେ ଜୁନିୟର ମ୍ୟାନେଜର ବାବୁଙ୍କ ଘରୁ କେତେ ସମ୍ପତ୍ତି ଠାବ କରାଗଲାଣଇ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି। ଏଥିସହ ଟିମ୍‌ ସଦସ୍ୟ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଜମାପୁଞ୍ଜିର ବି ଖୋଳତାଡ଼ କରୁଛନ୍ତି।

ଗତ କିଛି ମାସ ହେଲାଣି ରାଜ୍ୟରେ ଭିଜିଲାନ୍ସ ବିଭାଗ ଆକ୍ସନ ମୁଡକୁ ଚାଲି ଆସିଥିବା ବେଳେ ଲାଞ୍ଚୁଆ ବାବୁଙ୍କ ମନରେ ଛନକା ପଶିଛି। କେତେବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିବେ ଭାବି ପ୍ରମାଦ ଗଣୁଛନ୍ତି। ଏଥିସହ ବେଆଇନ ଭାବେ ଠୁଳ କରିଥିବା ସମ୍ପତ୍ତି ଲୁଚାଇବାକୁ ବି ଜାଗା ପାଉ ନାହାନ୍ତି।

Advertisment

ଗତ ୪ ମାସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ଚଢ଼ାଉରେ ୭ ଇଞ୍ଜିନିୟରଙ୍କ ଘରୁ ପୁଳା ପୁଳା ପ୍ଲଟ ଓ କେଜି କେଜି ସୁନା ଜବତ ହୋଇଛି। ଏହା ଦେଖି ସାଧାରଣ ଲୋକଙ୍କୁ ଜୋରଦାର ଝଟକା ଲାଗିଥିବା ବେଳେ ବାବୁମାନେ ଏବେ ଆଇନ ଜାଲରେ ଛନ୍ଦି ହୋଇ ଜେଲ୍‌ରେ ରହିଛନ୍ତି।

Bhubaneswar Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe