Advertisment

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବୁଧବାର ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ପିଏଚ୍ ଡିଭିଜିନ ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ଘରେ ଚଢ଼ାଉ କରାଯାଇଥିଲା।

ଅଦ୍ୟତନ ହୋଇଛି
Sangram Keshari Jena

Sangram Keshari Jena

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ (ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ପୂର୍ବତନ ତହସିଲଦାର) ସଂଗ୍ରାମ କେଶରୀ ଜେନାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Advertisment

ଶ୍ରୀ ଜେନାଙ୍କର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଜେନା କଲୋନୀରେ ଥିବା ଏକ ତିନି ମହଲା କୋଠା, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହରିପୁରରେ ଥିବା ଏକ ଘର ଓ ବାଲୁଗାଁ ଚୁଡ଼ା ମିଲ୍ ପାଖରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଛି। ଏହା ସହିତ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଛୋଟରାୟପୁରଶାସନରେ ତାଙ୍କର ପାଚେରି ବୁଲା ଯାଇଥିବା ତିନିଟି ପ୍ଲଟ୍‌ରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ।

ଭିଜିଲାନ୍ସର ୩ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍‌ଙ୍କ ଦ୍ୱାରା ଜାରି ୱାରେଣ୍ଟ ବଳରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

Advertisment

ବୁଧବାର (ଗତକାଲି) ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ପିଏଚ୍ ଡିଭିଜିନ ସହକାରୀ ଯନ୍ତ୍ରୀ ବନେଶ୍ୱର ନାଏକଙ୍କ ଘରେ ଚଢ଼ାଉ କରାଯାଇଥିଲା। ତାଙ୍କର ତିନିଟି ବହୁତଳ କୋଠା, ୩ଟି ପ୍ଲଟ ୩୩.୨୯ ଲକ୍ଷ ଟଙ୍କାର ଜମା, ୨୫୦ ଗ୍ରାମ ସୁନା ଅଳଙ୍କାର ଓ ଗୋଟିଏ ଚାରି ଚକିଆ ଗାଡ଼ି ଠାବ କରାଯାଇଛି।

Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe