Advertisment

ଭିଜିଲାନ୍ସ ଜାଲରେ ଥାନା ବାବୁ; ବାହାରୁଛି ପୁଳାପୁଳା ଟଙ୍କା

ଆଇଆଇସି ସୁଶାନ୍ତ କୁମାରଙ୍କ ନାଁରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
vigilance raid

vigilance raid

ଗତକାଲି ରାତିରେ କଟକ ସ୍ଥିତ ନିଜ ଘରକୁ ବସ୍‌ରେ ଯାଉଥିଲେ ଥାନା ବାବୁ। ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ କୋରାପୁଟ ଜିଲ୍ଲାର ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ଧରିଲା ଭିଜିଲାନ୍ସ। ଯାଞ୍ଚ ବେଳେ ସୁଶାନ୍ତଙ୍କ  ନିକଟରୁ  ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ। 

Advertisment

ଏତେ ପଇସା କୁଆଡ଼େ ଆଣିଲେ ସେନେଇ ସୁଶାନ୍ତଙ୍କୁ ପଚରାଉଚରା କରିଥିଲା ଭିଜିଲାନ୍ସ। ହେଲେ କୌଣସି ସ୍ପଷ୍ଟ ସୂଚନା ଦେଇପାରି ନଥିଲେ ଥାନା ବାବୁ। ଏନେଇ ଭିଜିଲାନ୍ସ ଅଧିକାରୀଙ୍କର ସନ୍ଦେହ ବଢ଼ିଥିଲା।

ଗତକାଲି ରାତିରେ ଭିଜିଲାନ୍ସ ଅଧିକାରୀ ମାନେ ସୁଶାନ୍ତଙ୍କ ଅଫିସ୍ ଚାମ୍ବର ଓ ସରକାରୀ ବାସଭବନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ IICଙ୍କ ଅଫିସ୍ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଆଜି ଭିଜିଲାନ୍ସ ପକ୍ଷରୁ ଆଇଆଇସିଙ୍କ ପୈତୃକ ଘରେ ଚଢ଼ାଉ ହେବା ନେଇ ସୂଚନା ରହିଛି। ଏହାସହ ସୁଶାନ୍ତଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖି ପଚରାଉଚରା କରୁଛି। 

Advertisment

ଆଇଆଇସି ସୁଶାନ୍ତ କୁମାରଙ୍କ ନାଁରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଗତକାଲି ଭିଜିଲାନ୍ସ ତାଙ୍କୁ ଧରିଥିଲା।

Vigilance Raid Karoput