Advertisment

ଅୟସ୍‌ କରୁଥିଲେ ପୂର୍ବତନ ଯନ୍ତ୍ରୀ; ଘରୁ ମିଳିଲା ହୀରା, ସୁନା, ଦାମୀ କାର୍‌ ଓ ବିଦେଶୀ ମୁଦ୍ରା!

ତାରା ପ୍ରସାଦ ମିଶ୍ରଙ୍କ ନାଁରେ ରାଜଧାନୀ ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ରହିଛି ୧୦ଟି ଫ୍ଲାଟ୍‌। ଏହାଛଡ଼ା ପ୍ଲଟ୍‌ ମଧ୍ୟ ରହିଛି। ପ୍ଲଟ ଗୁଡ଼ିକ ଭୁବନେଶ୍ୱର, କଟକ ଓ ଜଟଣୀରେ ରହିଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Vigilance

Vigilance

ଚାକିରି କରୁଥିବା ବେଳେ ବେଆଇନ୍‌ ଭାବେ ଠୁଳ କରିଥିଲେ ଅମାପ ସମ୍ପତ୍ତି! ଆଉ ଅବସର ପରେ ଅୟସ୍‌ କରୁଥିଲେ R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର। ରାଜପ୍ରସାଦ ପରି ଘର କରିଥିଲେ। ମହାରାଜାଙ୍କ ପରି ଜୀବନ ବିତାଉଥିଲେ। ବିଦେଶ ଗସ୍ତରେ ଯାଉଥିଲେ। ନାମୀଦାମୀ କାର୍‌ ଚଢ଼ୁଥିଲେ। ରୋଲାକ୍ସ ପରି ଦାମୀ ଘଣ୍ଟା ବାନ୍ଧୁଥିଲେ। ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଖୋଲୁଛି ପୂର୍ବତନ ଯନ୍ତ୍ରୀଙ୍କ ମୁଖା। ଭିଜିଲାନ୍ସ ଟିମ୍‌ ତାଙ୍କ ଘରେ ଚଢ଼ଉ କରି ହୀରା, ସୁନା, ରୁପା, ଦାମ ବିଦେଶୀ ମୁଦ୍ର, ଦାମୀ କାର୍‌, ଦାମୀ ଘଣ୍ଟା ଆଦି ଜବତ କରିଥିବା ବେଳେ ରାଜଧାନୀ ପ୍ଲଟ ଓ ଫ୍ଲାଟ୍‌ ଥିବା ଜଣିବାକୁ ପାଇଛି। ଏବେ ମଧ୍ୟ ଚଢ଼ଉ ଜାରି ରହିଛି।

Advertisment

ଭିଜିଲାନ୍ସ ଜାରି କରିଥିବା ପ୍ରେସ୍‌ନୋଟ୍‌ ଅନୁସାରେ ତାରା ପ୍ରସାଦ ମିଶ୍ରଙ୍କ ନାଁରେ ରାଜଧାନୀ ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ରହିଛି ୧୦ଟି ଫ୍ଲାଟ୍‌। ଏହାଛଡ଼ା ପ୍ଲଟ୍‌ ମଧ୍ୟ ରହିଛି। ପ୍ଲଟ ଗୁଡ଼ିକ ଭୁବନେଶ୍ୱର, କଟକ ଓ ଜଟଣୀରେ ରହିଛି। ତାଙ୍କ ଘରୁ ୨.୭ କୋଟି ଟଙ୍କାର ବ୍ୟାଙ୍କ ଜମା, ୧.୫ କେଜି ସୁନା, ନଗଦ ୬ ଲକ୍ଷ ଟଙ୍କା, ଗୋଟିଏ ମରସିଡିଜ୍‌ ବେଞ୍ଜ କାର୍‌, ଗୋଟିଏ କିଆ କାର୍‌ ଓ ଗୋଟିଏ ଦାମୀ ଘଣ୍ଟା ଜବତ ହୋଇଛି। ଯେଉଁ ଘଣ୍ଟାର ଦାମ ୧୩ ଲକ୍ଷ ଟଙ୍କା ରହିଛି। ଏହାଛଡ଼ା ବହୁ ବିଦେଶୀ ମୁଦ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ। ଯେଉଁଥିରେ ରହିଛି- USA, Thailand, Vietnam, UAE, Canada, Mexico, Malaysia & Singapore ମୁଦ୍ରା ରହିଛି। ଏବେ ମଧ୍ୟ ଚଢ଼ଉ ଜାରି ରହିଛି। ଏଥିରୁ ଜଣାପଡ଼ୁଛି ଶ୍ରୀ ମିଶ୍ର ନିୟମିତ ବିଦେଶ ଗସ୍ତ କରୁଥିଲେ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ମିଶ୍ରଙ୍କ ଘରୁ ବହୁ ହିରା ଅଳଙ୍କର ଜବତ ହୋଇଛି। ଯାହାର ଅନୁମାନ ମୂଲ୍ୟ କୋଟି କୋଟି ଟଙ୍କା ହେ। ସବୁଠାରୁ ମଜାଦାର କଥା ହେଉଛି ଶ୍ରୀ ମିଶ୍ର ନିଜ ଘରକୁ ଆଲିସାନ୍‌ ମହଲ୍‌ ପରି ସଜାଇଛନ୍ତି। ଘରର ସାଜସାଜା ଦେଖିଲେ ଆଖି ଲାଗିଯିବ।

Advertisment

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୯ଟି ଟିମ୍‌ ଆଜି ସକାଳେ ଶ୍ରୀ ମିଶ୍ରଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଭୁବନେଶ୍ୱର ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟରେ ଥିବା ଘର, ଖଣ୍ଡଗିରି କସମୋପଲିସରେ ଥିବା ଫ୍ଲାଟ୍, ଝାରସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ୍, କଟକ ଆଠଗଡ଼ରେ ଥିବା ପୈତୃକ ଘର ଓ ତିଗିରିଆରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଚଢଉ କରାଯାଇଥିଲା।

Bhubaneswar Vigilance Raid