/odisha-reporter/media/post_attachments/uploadimage/library/16_9/16_9_0/IMAGE_1698987783.jpg)
vigilance raid
ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର୍। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସାଲେପୁର RW ସବ୍ଡିଭିଜନ ଆସିଷ୍ଟାଣ୍ଟ ଇଂଜିନିୟର୍ ଅର୍ଜୁନ ସାହୁଙ୍କ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
Advertisment
ଅର୍ଜୁନଙ୍କ ପୈତୃକ ଘର ସମେତ ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ୮ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ଓ ୭ଜଣ ଏଏସ୍ଆଇ ଏହି ଚଢ଼ାଉ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ଅର୍ଜ୍ଜୁନଙ୍କ ଘରୁ କିଛି ଗୁରତ୍ୱ ପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ଜଣାପଡ଼ିଛି।
ଅର୍ଜୁନ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ତାଙ୍କ ଘରେ ଚଢ଼ାଉ କରିଛି।
Advertisment
ସୂଚନାଯୋଗ୍ୟ, ଗତକାଲି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନ୍ଏସିରେ କନିଷ୍ଠ ଯନ୍ତ୍ରୀ ସାଗରିକା ମହାନ୍ତି ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
