ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପୈତୃକ ଘର ସହ ଭୁବନେଶ୍ୱର, କେନ୍ଦୁଝର ଓ ଯାଜପୁର ସମେତ ୭ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି।
କେନ୍ଦୁଝର ଜଗନ୍ନାଥପୁରରେ ଥିବା ୨ମହଲା ଘର, ଭୁବନେଶ୍ୱରରେ ଥିବା ୪ ମହଲା ଘର, ଘସିପୁରା ତହସିଲ ମଦନପୁରଠାରେ ଥିବା ଫାର୍ମ ହାଉସ୍, ଯାଜପୁର ଟମକା ନିକଟ ଯେମାଦେଇପୁର ଠାରେ ପୈତୃକ ଘର, କେନ୍ଦୁଝର ଅଫିସ୍, ଭବାନୀପାଟଣାରେ ଥିବା ଭଡ଼ାଘର ଓ ଯାଜପୁର ଧର୍ମଶାଳା ନିକଟରେ ସମ୍ପର୍କୀୟଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
Also Read
ପଦ୍ମନାଭ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ୭ଜଣ ଡିଏସପି, ୫ଜଣ ଇନ୍ସପେକ୍ଟର, ୮ଜଣ ଏଏସଆଇଙ୍କ ସହ ଅନ୍ୟମାନେ ସାମିଲ୍ ଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୬ ବର୍ଷର ଝିଅକୁ ଦୁଷ୍କର୍ମ; ଧରା ପଡ଼ିଯିବା ଭୟରେ ତଣ୍ଟି ଚିପି ମାରିଦେଲା ପଡ଼ୋଶୀ
ଚକୋଲେଟ ଦେବା ବାହାନାରେ ଶିଶୁକୁ ଘରକୁ ଡାକିନେଇ ଦୁଷ୍କର୍ମ କଲା। ଖସି ପଳାଉଥିବାବେଳେ ଏନକାଉଣ୍ଟର କରି ଗିରଫ କରିଛି ପୁଲିସ।
Crime
ଏନକାଉଣ୍ଟରରେ ୩ ନକ୍ସଲ ନିହତ
ଆଜି ସକାଳେ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ସହିତ ସୁରକ୍ଷାକର୍ମୀଙ୍କର ମୁହାଁମୁହିଁ ହୋଇଥିଲା।
Crime
ବିଚ୍ ରାସ୍ତାରେ ମାରପିଟ ହେଉଥିଲେ ୪ ପୁଲିସ୍, ନିଲମ୍ବନ କଲେ ଏସ୍ପି
ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଜିଲ୍ଲାର ୪ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହେଲେ । ନୟାଗଡ ଏସପି ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି।
Crime
ବସ୍ତିରେ ପଶିଲା ପୁଲିସ୍; ୧୧୪ ପୁଡିଆ ବ୍ରାଉନ ସୁଗର ସହ ୪୦ କେଜି ଗଞ୍ଜେଇ ଜବତ
ମୀନାପଡା ସହ ଆଖପାଖ ଅଞ୍ଚଳରେ ଗଂଜେଇ ଓ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ପୁଲିସ୍ ବହୁ ପୂର୍ବରୁ ସୂଚନା ପାଇଥିଲା। ପୂର୍ବ ଯୋଜନା ମୁତାବକ ଆଜି ସକାଳ ପ୍ରାୟ ସାଢେ ୫ବେଳେ ସଶସ୍ତ୍ର ପୋଲିସ୍ ଫୋର୍ସ ଚଢ଼ାଉ ଆରମ୍ଭ କରିଥିଲେ ।
Crime
ଫାଇନାନ୍ସ ଅଫିସ୍ରେ ପଶିଲେ ଦୁର୍ବୃତ୍ତ; ୩୦ କେଜି ସୁନା ସାଙ୍ଗକୁ ଲୁଟିନେଲେ ୩ ଲକ୍ଷ
ଦିବାଲୋକରେ ଅଫିସରେ ପଶିଲେ । କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ନିସ୍ତୁକ ପିଟିଲେ। ଏହାପରେ ପ୍ରାୟ ୩୦ କେଜି ସୁନା ସାଙ୍ଗକୁ ପ୍ରାୟ ୩ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ।