Advertisment

ଗିରଫ ହୋଇ ଜାମିନରେ ଆସିଥିଲେ ଅଧିକାରୀ; ଘରେ ପଶିଲା ଭିଜିଲାନ୍ସ

ଗତ ୬ ତାରିଖରେ ବନ୍ଦିତାଙ୍କୁ ଜାମିନ ମିଳିଥିଲା।

author-image
Tapaswini Nayak
 Bandita Mahapatra

Bandita Mahapatra

ଗିରଫ ହୋଇ ଜାମିନରେ ଆସିଥିଲେ ଅଧିକାରୀ। ଏବେ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ବନ୍ଦିତା ମହାପାତ୍ରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବନ୍ଦିତାଙ୍କ ଭୁବନେଶ୍ୱର ଗାଡକଣ ବାସଭବନ, ସୌଭାଗ୍ୟ ନଗରର ତିନି ମହଲା ବିଲଡିଂ, ବରମୁଣ୍ଡାରେ ଥିବା ସମ୍ପର୍କୀୟଙ୍କ ଘର, ମୟୂରଭଂଜରେ ଥିବା ପୈତୃକ ଘର ଓ ସମ୍ବଲପୁରରେ ଥିବା ତାଙ୍କ ଅଫିସରେ ଚଢଉ କରାଯାଇଛି।

Advertisment

ବନ୍ଦିତାଙ୍କ ସ୍ୱାମୀ ଅନ୍ତର୍ଯାମୀ ମିଶ୍ର ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଡିଏମଓ ଅଛନ୍ତି। ତାଙ୍କର ସରକାରୀ କ୍ୱାର୍ଟର୍ସରେ ମଧ୍ୟ ଅନୁଗୋଳର ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଥିବା ସୂଚନା ମିଳିଛି।  ଭୁବନେଶ୍ୱର ଭିଜିଲାନ୍ସ ବିଭାଗର ୩ଟି ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ କିଛି ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି।

ଅଇଁଠାପାଲି ଥାନା ଅନ୍ତର୍ଗତ କରମଟୋଲି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବିଲ୍ଡିଂ ପ୍ଲାନ୍ ପାଇଁ ଫେକ୍ ଆପ୍ରୁଭାଲ୍ ଚିଠି ଇସ୍ୟୁ କରିବା ଅଭିଯୋଗରେ ଗତ ସେପ୍ଟେମ୍ବର ୭ ତାରିଖରେ ବନ୍ଦିତାଙ୍କୁ ଗିରଫ କରିଥିଲା ପୁଲିସ।  ବନ୍ଦିତାଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଚାକିରି ବହିଷ୍କାର କରାଯାଇଥିଲା।

Advertisment

ଗତ ୬ ତାରିଖରେ ବନ୍ଦିତାଙ୍କୁ ଜାମିନ ମିଳିଥିଲା। ବିଲ୍ଡିଂ ପ୍ଲାନ୍ ପାଇଁ ଫେକ୍ ଆପ୍ରୁଭାଲ୍ ଚିଠି ଅଭିଯୋଗରେ ସେହି ଅଫିସରେ ୨ କର୍ମଚାରୀଙ୍କ ସମେତ ୫ ଜଣ ଗିରଫ ହୋଇଥିଲେ ।

Vigilance Raid Sambalpur