ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଭୁଦାନନ୍ଦଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରାଯାଇଛି।
ବିଭୁଦାନନ୍ଦଙ୍କ ଢେଙ୍କାନାଳ ସହରର ଷ୍ଟେସନ ବଜାରରେ ଥିବା ଘର, ସଦର ରେଞ୍ଜ ଅଫିସ ଓ ସରକାରୀ କ୍ଵାର୍ଟର୍ସ,କଟକ ଓ ଭୁବନେଶ୍ୱରରେ ଥିବା ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।
Also Read
ବିଭୁଦାନନ୍ଦ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଥିବା ଜଣାଯାଇଛି।ଏହି ଚଢ଼ାଉରେ ୬ଜଣ ଡିଏସପି,ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ଜଣ ଇନ୍ସପେକ୍ଟର, ୬ଜଣ ଏସଏଆଇ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।