Advertisment

ମହାଧୂର୍ତ୍ତ ରେଞ୍ଜର; ଟଏଲେଟ୍ ଫ୍ଲସରୁ ବାହାରିଲା ୨ବିଡ଼ା ନୋଟ୍

ରେଞ୍ଜର ବାବୁଙ୍କର ଆଠଗଡ଼ରେ ରହିଛି ୮ ଏକର ଜାଗାରେ ବିଳାସପୂର୍ଣ୍ଣ ବିରାଟ ଫାର୍ମ ହାଉସ।

author-image
Tapaswini Nayak
ଅଦ୍ୟତନ ହୋଇଛି
 Bibhudananda Mishra

Bibhudananda Mishra

ମହାଧୂର୍ତ୍ତ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ଭିଜିଲାନ୍ସ ଅଧିକାରୀଙ୍କୁ ଚକମା ଦେବା ପାଇଁ ଢେଙ୍କାନାଳ ସ୍ଥିତ ଘରେ ଥିବା ଟଏଲେଟ୍ ଫ୍ଲସରେ ଲୁଚାଇ ରଖିଥିଲେ ନୋଟ୍। ଭାବି ଥିଲେ ବାବୁଙ୍କର ଏହି ଚାଲାକି ଭିଜିଲାନ୍ସ ଅଧିକାରୀ ଜାଣିପାରିବେ ନାହିଁ। ବାବୁଙ୍କର ଏହି ଚାଲାକି କାମ ଦେଇନଥିଲା ରେଞ୍ଜରଙ୍କ ଟଏଲେଟ୍ ଫ୍ଲସ ଟାଙ୍କିରୁ ୨ ବିଡ଼ା ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। 

Advertisment

ସେହିପରି ଆଠଗଡ଼ରେ ତାଙ୍କର ୮ ଏକର ଜାଗାରେ ବିଳାସପୂର୍ଣ୍ଣ ବିରାଟ ଫାର୍ମ ହାଉସ ରହିଛି। ପାର୍କଠୁ ବଡ଼ ଏହି ଫାର୍ମ ହାଉସକୁ ଅତି ସୁନ୍ଦର ଭାବେ ସଜାଯାଇଛି। ଫାର୍ମ ହାଉସରେ ଅଛନ୍ତି ମୟୂର, ଠେକୁଆ, ଶୁଆ ଓ ବତକ ଭଳି ଅନେକ ଜୀବଜନ୍ତୁ। କେବଳ ସେତିକି ନୁହେଁ ମନୋରଂଜନ ପାଇଁ ମଧ୍ୟ ଫାର୍ମ ହାଉସରେ ବ୍ୟାପକ ବ୍ୟବସ୍ଥା କରିଛନ୍ତି ରେଞ୍ଜର ବାବୁ। ଫାର୍ମ ହାଉସ ମଝିରେ ରହିଛି ଭ୍ୟୁ ପଏଣ୍ଟ। ଥକା ମେଣ୍ଟାଇବାକୁ କିମ୍ବା ଝୁଲିବା ପାଇଁ ରହିଛି ବିଳାସପୂର୍ଣ୍ଣ ଦୋଳି।

ସେହିପରି ପିଲାଙ୍କ ଖେଳିବା ପାଇଁ କେତେ କଣ ଉପକରଣ ରହିଛି। ଏହାଛଡ଼ା ମର୍ଣ୍ଣିଂୱାକ କରିବାକୁ ରାସ୍ତା ମଧ୍ୟ ରହିଛି। ସେହି ରାସ୍ତା କଡ଼ରେ ରହିଛି ସୁନ୍ଦର ସୁନ୍ଦର ମାର୍ବଲ ମୂର୍ତ୍ତି। ଚଢ଼ାଉ ବେଳେ ରେଞ୍ଜର ବାବୁଙ୍କ ଫାର୍ମ ହାଉସରେ ଏସବୁ ଜିନିଷ ଦେଖି ଚକିତ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ।

Advertisment

ଆଜି ସକାଳେ ଆୟ ବର୍ହିଭୂତ ସମ୍ପତ୍ତ ଠୁଳ ଅଭିଯୋଗରେ ରେଞ୍ଜରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ବିଭୁଦାନନ୍ଦଙ୍କ ପୈତୃକ ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ରେଞ୍ଜର ବାବୁଙ୍କ ଢେଙ୍କାନାଳ ରତ୍ନବଜାରରେ ଥିବା ୩ ମହଲା ଘର, ବୀରକିଶୋରପୁରରେ ଥିବା ପୈତୃକ ଘର, ଢେଙ୍କାନାଳରେ ଥିବା ସଂପର୍କୀୟଙ୍କ ଘର, ଢେଙ୍କାନାଳ ଅଫିସ ଓ ଚ୍ୟାମ୍ବର, ଢେଙ୍କାନାଳର ସରକାରୀ କ୍ୱାର୍ଟର୍ସ ଓ ଭୁବନେଶ୍ୱର ଜିଜିପି କଲୋନୀରେ ଥିବା ଫ୍ଲାଟରେ ଚଢ଼ଉ କରିଥିଲା। ଏହି ଚଢ଼ଉରେ  ୬ଜଣ ଡିଏସପି,ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ଜଣ ଇନ୍ସପେକ୍ଟର, ୬ଜଣ ଏସଏଆଇ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। 

Vigilance Raid Dhenkanal