/odisha-reporter/media/post_attachments/uploadimage/library/16_9/16_9_0/IMAGE_1721885172.jpg)
vigilance Raid
ଭିଜିଲାନ୍ସ ଜାଲରେ ବଲାଙ୍ଗିର ଲୋୟର ସୁକତେଲ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଆଜି ରେଡ୍ କରିଛି ଭିଜିଲାନ୍ସ। ଭୁବନେଶ୍ୱର, ପୁରୀ, ଅନୁଗୋଳ, କଟକ, ବଲାଙ୍ଗିର ଜିଲ୍ଲା ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି।
ସୁନୀଲଙ୍କ ଭୁବନେଶ୍ୱର ନୀଳାଦ୍ରି ବିହାରରେ ଥିବା ତିନି ମହଲା ଘର, ନୟାପଲ୍ଲୀରେ ଦୁଇ ମହଲା କୋଠାରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ସେହିପରି ପୁରୀ ଭିଆଇପି ରୋଡ୍ ଓ ଗ୍ରାଣ୍ଡ ରୋଡରେ ଫ୍ଲାଟ୍, କଟକ ଗୁରୁଡ଼ିଝାଟିଆ ସ୍ଥିତ ପୈତୃକ ଘର, ଅନୁଗୋଳ କିଶୋରନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଇଛି।
ସୁନୀଲଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘର, ବଲାଙ୍ଗିର ଘର ଓ ଅଫିସ ଚାମ୍ବରରେ ଚଢ଼ାଉ କରିଛି ଭିଜିଲାନ୍ସ। ଦୁଇ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୮ ଡ଼ିଏସପି, ୬ ଇନ୍ସପେକ୍ଟର, ୧୦ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି।
ସୁନୀଲ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ପରେ ଭିଜିଲାନ୍ସ ଅଧିକାରୀ ତଦନ୍ତ କରି ସୁନୀଲଙ୍କ ଘରେ ଚଢ଼ାଉ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
