Advertisment

ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ; ୯ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର, ପୁରୀ, ଅନୁଗୋଳ, କଟକ, ବଲାଙ୍ଗିର ଜିଲ୍ଲା ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି।

vigilance Raid

vigilance Raid

Advertisment

ଭିଜିଲାନ୍ସ ଜାଲରେ ବଲାଙ୍ଗିର ଲୋୟର ସୁକତେଲ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଆଜି ରେଡ୍ କରିଛି ଭିଜିଲାନ୍ସ। ଭୁବନେଶ୍ୱର, ପୁରୀ, ଅନୁଗୋଳ, କଟକ, ବଲାଙ୍ଗିର ଜିଲ୍ଲା ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି।

Advertisment

ସୁନୀଲଙ୍କ ଭୁବନେଶ୍ୱର ନୀଳାଦ୍ରି ବିହାରରେ ଥିବା ତିନି ମହଲା ଘର, ନୟାପଲ୍ଲୀରେ ଦୁଇ ମହଲା କୋଠାରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ସେହିପରି ପୁରୀ ଭିଆଇପି ରୋଡ୍ ଓ ଗ୍ରାଣ୍ଡ ରୋଡରେ ଫ୍ଲାଟ୍, କଟକ ଗୁରୁଡ଼ିଝାଟିଆ ସ୍ଥିତ ପୈତୃକ ଘର, ଅନୁଗୋଳ କିଶୋରନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍  କରାଯାଇଛି।

ସୁନୀଲଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘର, ବଲାଙ୍ଗିର ଘର ଓ ଅଫିସ ଚାମ୍ବରରେ ଚଢ଼ାଉ କରିଛି ଭିଜିଲାନ୍ସ। ଦୁଇ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୮ ଡ଼ିଏସପି, ୬ ଇନ୍ସପେକ୍ଟର, ୧୦ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି।

Advertisment

ସୁନୀଲ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ପରେ ଭିଜିଲାନ୍ସ ଅଧିକାରୀ ତଦନ୍ତ କରି ସୁନୀଲଙ୍କ ଘରେ ଚଢ଼ାଉ କରିଥିଲେ।  

Vigilance Raid Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe