/odisha-reporter/media/post_attachments/uploadimage/library/16_9/16_9_0/IMAGE_1700796921.jpg)
vigilance Raid
ଭିଜିଲାନ୍ସ ଜାଲରେ ଅବକାରୀ ସୁପରିଟେଣ୍ଡେଣ୍ଟ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
Advertisment
ଗଙ୍ଗାଙ୍କ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ପୈତୃକ ଘରେ, ନବରଙ୍ଗପୁର ସ୍ଥିତ ଡି ଏସ୍-ଥ୍ରୀ ସିନେମା ହଲ ନିକଟରେ ଥିବା ଭଡ଼ା ଘରେ ଓ ଅଫିସ ସମେତ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ଭିଜିଲାନ୍ସ ବିଭାଗର ୫ଟିମ୍ ସାମିଲ ହୋଇଛନ୍ତି।
ଗଙ୍ଗା ଆୟୁ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
