Advertisment

ଭିଜିଲାନ୍ସ ଜାଲରେ ସବ୍‌ ରେଜିଷ୍ଟ୍ରାର; ୬ଟି ସ୍ଥାନରେ ଚଢ଼ାଉ

ଶାଶ୍ୱତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
vigilance  raid

vigilance raid

Advertisment

ଭିଜିଲାନ୍ସ ଜାଲରେ ସବ୍‌ ରେଜିଷ୍ଟ୍ରାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଶାଶ୍ୱତଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ।

Advertisment

ଶାଶ୍ୱତଙ୍କ ନୟାଗଡ଼ ଦେବୋତ୍ତର କଲୋନୀର ଭଡ଼ା ବାସଗୃହ, ନୟାଗଡ ସବ୍ ରେଜିଷ୍ଟ୍ରାର ଅଫିସ, କେନ୍ଦ୍ରାପଡ଼ା ଜିଲ୍ଲା ତଳବାରଙ୍ଗର ନିଜ ବାସଗୃହ, କେନ୍ଦ୍ରାପଡ଼ାର ତାଳଗାଁ ପୈତୃକ ବାସଗୃହ, ସମ୍ପକ୍ରୀୟଙ୍କ କେନ୍ଦ୍ରାପଡ଼ା ଜିଲ୍ଲାର ପେଣ୍ଠ ଓ ଦଳନ୍ତ ଗାଁରେ ଚଢାଉ କରାଯାଇଛି। ଚଢାଉରେ ଭୂବନେଶ୍ୱର, ଖୋର୍ଦ୍ଧା ଏବଂ ନୟାଗଡ ଭିଜିଲାନ୍ସର ୮ଜଣ ଡିଏସପି , ୬ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି।  ଚଢ଼ାଉ ବେଳେ ଭିଜିଲାନ୍ସ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବା ସୂଚନା ମିଳିଛି। 

ଶାଶ୍ୱତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛି। ବର୍ଷ ପୂର୍ବେ ନୟାଗଡ଼ ସବ୍ ରେଜିଷ୍ଟ୍ରାର ଭାବେ ଶାଶ୍ୱତ କୁମାର ପଟ୍ଟନାୟକ କାର୍ଯ୍ୟରେ ଯୋଗ ଦେଇଥିଲେ l

Advertisment
Vigilance Raid Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe