Advertisment

ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ; ୬ଟି ସ୍ଥାନରେ ଚଢ଼ାଉ

କୋଟିଏ ଟଙ୍କାର ଅର୍ଥ ହଡ଼ପ ଅଭିଯୋଗରେ ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।

ଅଦ୍ୟତନ ହୋଇଛି
Nilagiri Deputy Collector,

Nilagiri Deputy Collector,

Advertisment

ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ। ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। କୋଟିଏ ଟଙ୍କାର ଅର୍ଥ ହଡ଼ପ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। 

Advertisment

OMBAD-C ପାଣ୍ଠି ହଡ଼ପ ଅଭିଯୋଗରେ ପରୀକ୍ଷିତ ଜେନାଙ୍କ ବାଲିଗୋହିରି ସ୍ଥିତ ଭଡ଼ା ଘର,ମୟୂରଭଞ୍ଜର ଥିବା ପୈତୃକ ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ  ଭିଜିଲାନ୍ସର ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଓ ୬ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। 

 ମୟୂରଭଞ୍ଜ ଜିଲ୍ଲା ସିମୁଳିଆରେ ପରୀକ୍ଷିତ ବିଡିଓ ଥିବା ବେଳେ OMBADC ପାଣ୍ଠିରୁ କୋଟିଏ ୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି। ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ସୁଳିଆପଦା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା। କୌଣସି କାମ ନହୋଇ OMBADC ପାଣ୍ଠି ହଡ଼ପ ହୋଇଥିବା ଅଭିଯୋଗ ହୋଇଥିବା ଜଣାପଡିଛି। ଏହି ଘଟଣାରେ ଭିଜିଲାନ୍ସ ଟିମ୍  ମୟୂରଭଞ୍ଜର ଥିବା ପୈତୃକ ଘରେ ରେଡ୍ କରିବା ସହ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି।

Advertisment
Vigilance Raid Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe