Advertisment

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ; ୫ଟି ସ୍ଥାନରେ ଚଢ଼ାଉ

ସୁନୀଲଙ୍କ ବାପା ରେଞ୍ଜର ଭାବେ କାର୍ଯ୍ୟ କରୁଥିଲେ।

ଅଦ୍ୟତନ ହୋଇଛି
vigilance Raid

vigilance Raid

Advertisment

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଉଢ଼ାଉ କରାଯାଇଛି। 

Advertisment

ସୁନୀଲଙ୍କ ଆସିକାରେ ଥିବା ପୈତୃକ ଘର ସମେତ ବସଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପ୍ଲେସ, ଭଞ୍ଜନଗରରେ ଥିବା ସମ୍ପର୍କୀୟ ଘର , ଭୁବନେଶ୍ୱରରେ ଥିବା ଘର ଏବଂ ଅଫିସରେ ଏକ କାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଛି।

ଜଣେ ଡିଏସପିଙ୍କ ନେତୃତ୍ୱରେ  ଭିଜିଲାନ୍ସର ପାଞ୍ଚ ଜଣିଆ ଟିମ୍ ଚଢ଼ାଉରେ ସାମିଲ ଅଛନ୍ତି। ସୁନୀଲ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛି। 

Advertisment

ସୁନୀଲଙ୍କ ବାପା ରେଞ୍ଜର ଭାବେ କାର୍ଯ୍ୟ କରୁଥିଲେ। ସେ ୮ବର୍ଷ ହେଲା ଚାକିରିରୁ ଅବସର ନେଇ ଘରେ ଅଛନ୍ତି।  

Vigilance Raid Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe