Advertisment

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ; ୭ଟି ସ୍ଥାନରେ ଚଢ଼ାଉ

କନିଷ୍ଠ ଯନ୍ତ୍ରୀ ଯେଉଁ ଘରେ ମାଲକାନଗିରିରେ ଭଡ଼ାରେ ରହୁଛନ୍ତି, ସେହି ଭଡ଼ା ଘର ମାଲିକଙ୍କ ଘରେ ମଧ୍ୟ ରେଡ୍ ଚାଲିଥିବା ସୂଚନା ରହିଛି।

Vigilance Raid

Vigilance Raid

Advertisment

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ଆୟ ବର୍ହିଭୂତ ସଂପତ୍ତି ଅଭିଯୋଗରେ ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମାଲକାନଗିରି, ଭୁବନେଶ୍ୱର ଓ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ସମେତ ୭ଟି ସ୍ଥାନରେ ଏହି ଚଢାଉ ଜାରି ରହିଛି।

Advertisment

ସଞ୍ଜୟଙ୍କର ମାଲକାନଗିରିରେ ଥିବା ଭଡ଼ା ଘର ଓ କାର୍ଯ୍ୟାଳୟ, ଜଳେଶ୍ୱରରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା ନିଜସ୍ୱ ଏକ ଫ୍ଲାଟ୍ ଓ ପୋଖରୀପୁଟରେ ଥିବା ଶ୍ୱଶୁର ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏପରିକି କନିଷ୍ଠ ଯନ୍ତ୍ରୀ ଯେଉଁ ଘରେ ମାଲକାନଗିରିରେ ଭଡ଼ାରେ ରହୁଛନ୍ତି, ସେହି ଭଡ଼ା ଘର ମାଲିକଙ୍କ ଘରେ ମଧ୍ୟ ରେଡ୍ ଚାଲିଥିବା ସୂଚନା ରହିଛି।

ସଞ୍ଜୟ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଛି।

Advertisment
Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe