Advertisment

ପୁଅ ଠୁଳେଇଥିଲା ଅମାପ ସମ୍ପତ୍ତି, ବାପାଙ୍କୁ ଘାଣ୍ଟୁଛି ଭିଜିଲାନ୍ସ!

ବାସ୍ତୁ ଦୋଷ ଖଣ୍ଡନ କରିବା ପାଇଁ ଏତେ ପ୍ରକାର ବ୍ୟବସ୍ଥା କରିଥିଲେ ମଧ୍ୟ ବାବୁ ଆଜି ଅକଳରେ ପଡ଼ିଛନ୍ତି। ଯନ୍ତ୍ରୀ ଶ୍ରୀ ପାଢ଼ୀଙ୍କ ସେହି ଆଲିସାନ୍‌ ଘରେ ଆଜି ଭୋର୍ ପ୍ରାୟ ୪ଟାରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍‌। କବାଟ ବାଡ଼େଇଥିଲେ ମଧ୍ୟ ସେ ଖୋଲିନଥିଲେ।

ଅଦ୍ୟତନ ହୋଇଛି
RWSS JE

RWSS JE

Advertisment

ଭୁବନେଶ୍ୱର RWSSର ଯନ୍ତ୍ରୀ ସୁନୀଲ ପାଢ଼ୀ ଠୁଳେଇଥିଲେ ଅମାପ ସମ୍ପତ୍ତି। ତାଙ୍କୁ ଧରିବାକୁ ଆସି ତାଙ୍କ ବାପାଙ୍କୁ ଘାଣ୍ଟୁଛି ଭିଜିଲାନ୍ସ! ପୂରା ଜନ୍ମ କୁଣ୍ଡଳୀ ବାହାର କଲାଣି। ଭୁବନେଶ୍ୱର ପରେ ବାପାଙ୍କ ପୈତୃକ ଗାଁ, ମାର୍କେଟ କମ୍ପ୍ଲେକ୍ସରେ ଭିଜିଲାନ୍ସ ଚଢ଼ଉ କରି ଅମାପ ସମ୍ପତ୍ତି ଠାବ କରିଥିବା ଚର୍ଚ୍ଚା ହେଉଛି। ତେଣୁ କହିବାକୁ ଗଲେ ପୁଅ ପାଇଁ ବାପା ପଡ଼ିଲେ ଅଡୁଆରେ! ସୁନୀଲ ପାଢ଼ୀଙ୍କ ବାପା ହେଉଛନ୍ତି ଅବସରପ୍ରାପ୍ତ ରେଞ୍ଜର।

Advertisment

ଭୁବନେଶ୍ୱର RWSS ଡିଭିଜନର ଯନ୍ତ୍ରୀ ହେଉଛନ୍ତି ସୁନୀଲ୍‌ କୁମାର ପାଢ଼ୀ। ବାବୁ କାମ କରୁଥିଲେ, କିନ୍ତୁ ବେଶୀ ଗୋଟାଉଥିଲେ। ସେହି ଅର୍ଥରେ ରାଜଧାନୀ ଜାଗମରାରେ ତୋଳିଥିଲେ ‘ପାଢ଼ୀ ଭିଲ୍ଲା’ ନାମକ ଅଟ୍ଟାଳିକା। କୋଠା ଭିତରେ ପଶିଲେ ଇନ୍ଦ୍ରଭୁବନର ଅନୁଭୁତି ପାଇବେ। ଚକାଚକ୍‌ ମାର୍ବଲ ସାଙ୍ଗକୁ ହାଇଫାଇ ଡିଜାଇନ୍‌। ଦାମୀ କାଠରେ ବଡ଼ ବଡ଼ କଟ୍‌ଆଉଟ୍‌ କାନ୍ଥରେ ଫିକ୍ସ କରାଯାଇଛି। ଯାହା ଦେଖିବାକୁ ଭାରି ଆକର୍ଷଣୀୟ। ବାସ୍ତୁତ ପ୍ରତି ବିଶେଷ ଧ୍ୟାନ ଦେଇ ଘରର ପ୍ରତି କୋଣରେ ବାବୁ ରଖିଛନ୍ତି ରାଧାକୃଷ୍ଣ, ଗଣେଶ, ସାଇବାବାଙ୍କ ପ୍ରତିମୂର୍ତ୍ତି।

ବାସ୍ତୁ ଦୋଷ ଖଣ୍ଡନ କରିବା ପାଇଁ ଏତେ ପ୍ରକାର ବ୍ୟବସ୍ଥା କରିଥିଲେ ମଧ୍ୟ ବାବୁ ଆଜି ଅକଳରେ ପଡ଼ିଛନ୍ତି। ଯନ୍ତ୍ରୀ ଶ୍ରୀ ପାଢ଼ୀଙ୍କ ସେହି ଆଲିସାନ୍‌ ଘରେ ଆଜି ଭୋର୍ ପ୍ରାୟ ୪ଟାରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍‌। କବାଟ ବାଡ଼େଇଥିଲେ ମଧ୍ୟ ସେ ଖୋଲିନଥିଲେ। ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ସେ ପଡ଼ୋଶୀ ମହେଶ ଚାନ୍ଦଙ୍କ ଘରର ଛାତକୁ ଡେଇଁ ଶରଣ ପଶିଥିଲେ। ଭାବିଥିଲେ ପଡ଼ୋଶୀ ଭାବି ମହେଶବାବୁ ଶରଣ ଦେବେ। ହେଲେ ସେ ହାତ ଟେକିଦେଲେ। ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଯନ୍ତ୍ରୀ ଶ୍ରୀ ପାଢ଼ୀଙ୍କୁ ଆଣି ଭିଜିଲାନ୍ସ ହେପାଜତରେ ଦେଇଥିଲେ ପଡ଼ୋଶୀ ମହେଶ ଚାନ୍ଦ। କିନ୍ତୁ, ଯନ୍ତ୍ରୀଙ୍କ କହିବା କଥା, ସେ କୁଆଡ଼େ ଲୁଚିନଥିଲେ। କବାଟ ବନ୍ଦ ଯୋଗୁ ନିଜ ଘରକୁ ଯାଇନଥିଲେ।

Advertisment

ସୁନୀଲଙ୍କୁ ଧରି ଖୋଳତାଡ଼ କରୁଥିବା ଭିଜିଲାନ୍ସ ଆଜି ସକାଳୁ ଏକକାଳୀନ ଜାଗମରା ସହ ୫ଟି ସ୍ଥାନରେ ଚଢ଼ଉ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଯନ୍ତ୍ରୀ ସୁନୀଲଙ୍କ ବାପା ଜଗବନ୍ଧୁ ପାଢୀ ହେଉଛନ୍ତି ପୂର୍ବତନ ରେଞ୍ଜର। ପୁଅର କାଣ୍ଡ ଯୋଗୁ ବାପା ଜଗବନ୍ଧୁ ମଧ୍ୟ ଏବେ ଭିଜିଲାନ୍ସ ସ୍କାନରରେ। ଏଥିପାଇଁ ଆସିକାର ସୁନାମ୍ଭ ସ୍ଥିତ ଜଗବନ୍ଧୁଙ୍କ ଘର, ଆସିକା ବସଷ୍ଟାଣ୍ଡରେ ଥିବା ମାର୍କେଟ କଂପ୍ଲେକ୍ସ, ଭଂଜନଗର ସ୍ଥିତ ସମ୍ପର୍କୀୟ ଘରେ ଚଢ଼ଉ କରିଛି ଭିଜିଲାନ୍ସ। ଏହି ଚଢ଼ଉରେ ଅପରାହ୍ନ ସୁଦ୍ଧା ଭିଜିଲାନସ ଟିମ୍ ଜାଗମରାରେ ୧ କୋଟି ୧୦ ଲକ୍ଷର ୩ ମହଲା କୋଠା, ଆସ୍କାରେ ମାର୍କେଟ କମ୍ପ୍ଲେକ୍ସ, ୩ ଲକ୍ଷ ୪୦ ହଜାର ନଗଦ ଟଙ୍କା, ଗୋଟିଏ କାର ଓ ୪ଟି ବାଇକ୍, ୧୭ଟି ବ୍ୟାଙ୍କ ଆକାଉଣ୍ଟ, ବୀମା, ପୋଷ୍ଟାଲ ଜମା ସହ କିଛି ଜମି ଓ ପ୍ଲଟ ଠାବ କରି ଯାଞ୍ଚ କରୁଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ଉପାନ୍ତ କୋରାପୁଟରୁ କ୍ୟାପିଟାଲ୍‌ ଭୁବନେଶ୍ୱର ଯାଏଁ ଚାକିରି କରିଥିବା ଯନ୍ତ୍ରୀ କେମିତି ଏତେ ସମ୍ପତ୍ତି ଠୁଳ କଲେ ? କେଉଁ ପ୍ରଭାବଶାଳୀଙ୍କ ଛତ୍ରଛାୟାରେ ସୁନୀଲ ପାଢ଼ୀ ବନିଯାଇଛନ୍ତି କି କୁବେର ଯନ୍ତ୍ରୀ ? ଅପେକ୍ଷା ଭିଜିଲାନ୍ସ ସେଲର ଚୁଡାନ୍ତ ରିପୋର୍ଟକୁ।

Bhubaneswar Bhubaneswar News RWSS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe