Advertisment

ବିଡିଓଙ୍କ ଗାଡ଼ିରୁ ମିଳିଲା ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ବିଡିଓ ହେଉଛନ୍ତି ଅକ୍ଷାମିତା କାର୍ତ୍ତିକ। ଆଜି ସେ ଭବାନୀପାଟଣା DRDA ସମ୍ମିଳନୀ କକ୍ଷରେ ହେଉଥିବା ରିଭ୍ୟୁ ମିଟିଂରେ ଯୋଗଦେବା ପାଇଁ ଯାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BDO

BDO

ଭବାନୀପାଟଣାରେ ଚାଲିଥିବା ରିଭ୍ୟୁ ମିଟିଂ ସାରି ଫେରୁଥିବା ବେଳେ ବିଡିଓଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଯାଞ୍ଚ ବେଳେ ବିଡିଓଙ୍କ ଗାଡ଼ିରୁ ମିଳିଲା ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଏବେ ଭିଜିଲାନ୍ସର ୪ଟି ଟିମ୍‌ ବିଡିଓ ଘର, ଅଫିସ୍‌, ସରକାରୀ ଘର ଓ ଭୁବନେଶ୍ୱର ସ୍ଥିତ ଫ୍ଲାଟ୍‌ରେ ଚଢ଼ଉ ଚଳାଇଛି।

Advertisment

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ବିଡିଓ ହେଉଛନ୍ତି ଅକ୍ଷାମିତା କାର୍ତ୍ତିକ। ଆଜି ସେ ଭବାନୀପାଟଣା DRDA ସମ୍ମିଳନୀ କକ୍ଷରେ ହେଉଥିବା ରିଭ୍ୟୁ ମିଟିଂରେ ଯୋଗଦେବା ପାଇଁ ଯାଇଥିଲେ। ରିଭ୍ୟୁ ମିଟିଂ ସରିବା ପରେ ସେ ନିଜର ସହକର୍ମୀଙ୍କ ସହ କାରରେ ଫେରୁଥିବା ବେଳେ ୨୬ ନମ୍ୱର ଜାତୀୟ ରାଜପଥର(NH)ର ଜାରିଂ ନିକଟରେ ଅଟକାଇଥିଲା ଭିଜିଲାନ୍ସ ଟିମ୍‌। ପରେ ତାଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ୪ ଲକ୍ଷ ୯୪ ହଜାର ଟଙ୍କା ମିଳିଥିଲା। ହେଲେ ଟଙ୍କାର ହିସାବ ଦେଇପାରିନଥିଲେ ମାଡ଼ାମ।

ମିଳିଥିବା ସୂଚନା ଅନୁସାରେ ବିଡିଓ ଅକ୍ଷାମିତା କାର୍ତ୍ତିକଙ୍କୁ ଭିଜିଲାନ୍ସ ଟିମ୍‌ ଜେରା କରୁଛି। ଭିଜିଲାନ୍ସର ୪ଟି ଟିମ୍‌ ଏବେ ଅକ୍ଷାମିତା କାର୍ତ୍ତିକଙ୍କ ଭୁବନେଶ୍ୱର ସ୍ଥିତ ଫ୍ଲାଟ୍‌, ଗୋଲାମୁଣ୍ଡା ବ୍ଲକ୍‌ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ କୋରାପୁଟ ସ୍ଥିତ ପୈତୃକ ଘରେ ଚଢ଼ଉ ଚଳାଇଛି।

Advertisment

ରିପୋର୍ଟ- ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା

Vigilance Raid Kalahandi Vigilance