Advertisment

କନଷ୍ଟେବଳରୁ ଥାନାଧିକାରୀ ହୋଇଥିବା ବାବୁଙ୍କ ଘରୁ ମିଳିଲା ୩୭ ଲକ୍ଷ ଟଙ୍କା!

୧୯୯୮ ମସିହାରେ ସୁଶାନ୍ତ କନଷ୍ଟେବଳ ଭାବେ ଚାକିରି କ୍ୟାରିୟର ଆରମ୍ଭ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Boipariguda IIC,

Boipariguda IIC,

କୁବେର ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ। ଘରୁ ବାହାରୁଛି ବିଡ଼ା ବିଡ଼ା ଟଙ୍କା। ଯାହାକୁ ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ। ମେସିନ ଦ୍ୱାରା ଟଙ୍କା ଗଣୁଛନ୍ତି ଭିଜିଲାନ୍ସ ଅଧିକାରୀ। ଗତକାଲି ଭିଜିଲାନ୍ସ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା ବେଳେ ଆଜି ସକାଳେ ଆଇଆଇସିଙ୍କ କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରେ ଚଢ଼ାଉ କରି ୨୯ ଲକ୍ଷ ୭୭ ହଜାର ଜବତ କରିଛି। ଏଯାବତ୍ ଆଇଆଇସିଙ୍କଠାରୁ ୩୭ ଲକ୍ଷ ଟଙ୍କା ଜବତ କରି ସାରିଲାଣି ଭିଜିଲାନ୍ସ।

Advertisment

ଗତକାଲି ରାତିରେ ସୁଶାନ୍ତ ବୈପାରୀଗୁଡ଼ାରୁ ନିଜ କଟକ ସ୍ଥିତ ସରକାରୀ ବାସଭବନକୁ ଏକ ଘରୋଇ ବସ୍ ଯୋଗେ ଆସୁଥିଲେ। ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କ ପାଖରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏତେ ପଇସା କୁଆଡୁ ଆଣିଲେ ସେନେଇ ସୁଶାନ୍ତଙ୍କୁ ପଚରାଉଚରା କରିଥିଲା ଭିଜିଲାନ୍ସ। ହେଲେ କୌଣସି ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ ଥାନା ବାବୁ।

ଏନେଇ ଭିଜିଲାନ୍ସ ଅଧିକାରୀଙ୍କର ସନ୍ଦେହ ବଢ଼ିଥିଲା। ଗତକାଲି ରାତିରେ ଭିଜିଲାନ୍ସ ଅଧିକାରୀମାନେ ସୁଶାନ୍ତଙ୍କ ଅଫିସ୍ ଚାମ୍ବର ଓ ସରକାରୀ ବାସଭବନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ IICଙ୍କ ଅଫିସ୍ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଜବତ ହୋଇଥିଲା। ଆଇଆଇସି ଏତେ ଟଙ୍କା କେଉଁଠୁ ଆଣିଲେ, ସେ କେଉଁ ବେଆଇନ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି, ତାକୁ ନେଇ ତଦନ୍ତ କରୁଛି ଭିଜିଲାନ୍ସ।

Advertisment

ସୁଶାନ୍ତଙ୍କ ଚାକିରି କ୍ୟାରିୟର

୧୯୯୮ ମସିହାରେ ସୁଶାନ୍ତ କନଷ୍ଟେବଳ ଭାବେ ଚାକିରି ଆରମ୍ଭ କରିଥିଲେ। ଦୀର୍ଘଦିନ ଧରି କନଷ୍ଟେବଳ ଭାବେ କାମ କରିବା ପରେ ସେ ୨୦୦୮ରେ ସେ ସବ୍ ଇନ୍ସପେକ୍ଟର ପାଇଁ ପରୀକ୍ଷା ଦେଇଥିଲେ। ସେଥିରେ ସୁଶାନ୍ତ ଉତ୍ତୀର୍ଣ୍ଣ ହୋଇଥିଲେ। ସବ୍ ଇନ୍ସପେକ୍ଟର ଭାବେ ବିଭିନ୍ନ ଥାନାରେ ୨୦୨୩ ପର୍ଯ୍ୟନ୍ତ କାମ କରିଥିଲେ। ୪ ମାସ ହେବ ସୁଶାନ୍ତ ବୈପାରୀଗୁଡ଼ା ଥାନାକୁ ଆଇଆଇସି ହୋଇ ଯାଇଥିଲେ। ସୁଶାନ୍ତ କନଷ୍ଟେବଳ ଥିବା ବେଳେ ନବୀନ ନିବାସରେ ଡ୍ୟୁଟି କରୁଥିଲେ ବୋଲି ସୂଚନା ମିଳିଛି। ସେହିପରି ସେ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନଙ୍କ ଅଧିକାରୀ ବିରଞ୍ଛି ସାହୁଙ୍କ ଅଞ୍ଚଳର ଓ ତାଙ୍କ ସହିତ ସଂପର୍କରେ ଥିବା ମଧ୍ୟ ଶୁଣଯାଉଛି।

Vigilance Raid Cuttack