Advertisment

ଏସ୍‌ପିଙ୍କ ନାଁରେ କନ୍‌ଷ୍ଟେବଲ ନେଉଥିଲା ୬ ଲକ୍ଷ!

ଆଜିକାଲି କନଷ୍ଟେବଲ୍ ହରୀଶ ଚନ୍ଦ୍ର ସାହୁଙ୍କ ବେଳା ଭଲନାହିଁ। କିଛି ତଳେ ସେ ବଘିଆପଡ଼ା ଫାଣ୍ଡି ତେଞ୍ଜାବାଲି ଗାଁକୁ ଯାଇଥିଲା। ଗାଁ ଲୋକଙ୍କ ସହିତ ବୈଠକ କରିଥିଲା। ଗଞ୍ଜେଇ ଚାଷ କରୁଥିବାରୁ ୬ ଲକ୍ଷ ଟଙ୍କା ଦେବାକୁ କହିଥିଲା।

ଅଦ୍ୟତନ ହୋଇଛି
Constable

Constable

Advertisment

ଏସ୍‌ପିଙ୍କ ନାଁରେ କନ୍‌ଷ୍ଟେବଲ ନେଉଥିଲା ୬ ଲକ୍ଷ! ଗାଁକୁ ଗାଁ ବୁଲି ବୈଠକ କରି ଗଞ୍ଜେଇ ଚାଷୀଙ୍କଠାରୁ ଆଦାୟ କରୁଥିଲା ଟଙ୍କା। ଆଜି ଗୋଟିଏ ଗାଁରୁ ୬ ଲକ୍ଷ ଟଙ୍କା ଧରି ଫେରୁଥିବା ବେଳେ କନ୍‌ଷ୍ଟେବଲ୍‌କୁ ମାଡ଼ି ବସିଲା ଭିଜିଲାନ୍ସ। ତା’ଠାରୁ ୬ ଲକ୍ଷ ଟଙ୍କା ଜବତ କରିଛି। ଏପରି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ।

Advertisment

ବୌଦ୍ଧ ଏସ୍‌ପିଙ୍କ ସ୍ପେଶାଲ୍‌ ସ୍କ୍ୱାର୍ଡରେ ନିୟୋଜିତ ହୋଇଥିଲେ କନଷ୍ଟେବଲ୍ ହରୀଶ ଚନ୍ଦ୍ର ସାହୁ। ଗଞ୍ଜେଇ ଚାଷ ହେଉଥିବା ବିଭିନ୍ନ ଗାଁକୁ ସେ ଯାଉଥିଲା। ଆଉ ଏସ୍‌ପିଙ୍କ ନାଁ କହି ଗାଁରେ ବୈଠକ କରୁଥିଲା। ପରେ ଟଙ୍କା ମାଗୁଥିଲା। କେଉଁ ଗାଁରୁ ୧୦ ଲକ୍ଷ ଆଣୁଥିଲା ତ ଆଉ କେଉଁ ଗାଁରୁ ୭ ଲକ୍ଷ ଟଙ୍କା ଆଣୁଥିଲା। ଆଉ କେଉଁ ଗାଁରୁ ୬ ଲକ୍ଷ ଟଙ୍କା ଆଣୁଥିଲା। ଗାଁ ଲୋକ ଟଙ୍କା ଦେବାକୁ ମନା କଲେ, ଚାଷ ହୋଇଥିବା ଗଞ୍ଜେଇ ନଷ୍ଟ କରିଦିଆଯିବ ବୋଲି ଧମକ ଦେଉଥିଲା। କିଛି ଉପାୟ ନପାଇ ଗାଁ ଲୋକେ ଟଙ୍କା ଦେଉଥିଲେ।

ଆଜି କାଲି କନଷ୍ଟେବଲ୍ ହରୀଶ ଚନ୍ଦ୍ର ସାହୁଙ୍କ ବେଳା ଭଲନାହିଁ। କିଛି ତଳେ ସେ ବଘିଆପଡ଼ା ଫାଣ୍ଡି ତେଞ୍ଜାବାଲି ଗାଁକୁ ଯାଇଥିଲା। ଗାଁ ଲୋକଙ୍କ ସହିତ ବୈଠକ କରିଥିଲା। ଗଞ୍ଜେଇ ଚାଷ କରୁଥିବାରୁ ୬ ଲକ୍ଷ ଟଙ୍କା ଦେବାକୁ କହିଥିଲା। କିନ୍ତୁ ଗାଁ ଲୋକେ ଅସହାୟତା ପ୍ରକାଶ କରିଥିଲେ। ହେଲେ ସେ ଗାଁ ଲୋକଙ୍କୁ ଧମକଚମକ ଦେଇଥିଲା। ଟଙ୍କା ନଦେଲେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଦେବୁ ବୋଲି କହିଥିଲା। ଏହା ପରେ ଗାଁ ଲୋକେ ରାଜି ହୋଇଥିଲେ।

Advertisment

କନଷ୍ଟେବଲ୍ ହରୀଶ ଚନ୍ଦ୍ର ସାହୁଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଗାଁ ଲୋକେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ହରୀଶ ସାହୁଙ୍କ ପୂରା କଳା ଚିଠା ସମ୍ପର୍କରେ ସୂଚନା ଦେଇଥିଲେ। ଯୋଜନା ମୁତାବକ କନଷ୍ଟେବଲ୍ ହରୀଶ ଚନ୍ଦ୍ର ସାହୁଙ୍କୁ ଟଙ୍କା ନେବା ପାଇଁ ଗାଁ ଲୋକେ ଆଜି ଡାକିଥିଲେ। ଡାକରା ପାଇଁ ଟଙ୍କା ଆଣିବା ପାଇଁ ଯାଇଥିଲା ହରୀଶ। ଗାଁ ଲୋକଙ୍କଠାରୁ ୬ ଲକ୍ଷ ଟଙ୍କାଧରି ଫେରୁଥିଲା। ବଘିଆପଡ଼ା ଫାଣ୍ଡିଠାରୁ ଅଳ୍ପ ଦୂରରେ ସାଦା ପୋଷାକରେ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଧରିଥିଲା। ତା’ଠାରୁ ୬ ଲକ୍ଷ ଟଙ୍କା ଜବତ କରିଥିଲେ। ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ତା’କୁ ଧରିଛି।

ଅଭିଯୋଗରୁ ପ୍ରକାଶ, କନଷ୍ଟେବଲ୍ ହରୀଶ ଚନ୍ଦ୍ର ସାହୁ ପେଶାଦାର ଲାଞ୍ଚୁଆ। ପୂର୍ବତନ ଏସ୍‌ପିଙ୍କ ନାଁରେ ଟଙ୍କା ଆଦାୟ କରୁଥିଲା। ଏହି ମାମଲାରେ ଧରାପଡ଼ି ସସ୍‌ପେଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ପୁଣି ଥରେ ଚାକିରିରେ ଅବସ୍ଥାପିତ କରାଯାଇଥିଲା। ଏଥର ତାଙ୍କ ଏସ୍‌ପିଙ୍କ ସ୍ପେଶାଲ୍‌ ସେଲ୍‌ରେ ନିୟୋଜିତ କରାଯାଇଥିଲା। ଏହାର ସୁଯୋଗ ନେଇ ସେ ଏସ୍‌ପିଙ୍କ ନାଁରେ ଚାନ୍ଦା ଆଦାୟ କରୁଥିଲା।

ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର

Crime Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe