Advertisment

ଡିଏଫଓ ଠୁଳ କରିଛନ୍ତି ପୁଳାପୁଳା ସମ୍ପତ୍ତି, କଟକରେ ଅଛି ୧.୮ କୋଟି ଟଙ୍କାର ଘର

ଭୁବନେଶ୍ୱରର ରସୁଲଗଡ଼ରେ ତାଙ୍କର ଏକ ତିନି ମହଲା ବିଶିଷ୍ଟ ଘର ରହିଛି। ସେହିପରି ଭୁବନେଶ୍ୱରର କଳାରାହାଙ୍ଗ ଆଶୀର୍ବାଦ ପ୍ଳାଜାରେ ତାଙ୍କର ଏକ ଫ୍ଲାଟ ଅଛି।

ଅଦ୍ୟତନ ହୋଇଛି
DFO

DFO

Advertisment

ରାୟଗଡ଼ା ଡିଏଫ୍ଓ ବିଜୟ କୁମାର ପରିଡ଼ାଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଥିବା ବେଳେ ପୁଳାପୁଳା ସମ୍ପତ୍ତି ଠାବ କରାଯାଇଛି। କଟକରେ ତାଙ୍କର ଏକ ଚାରି ମହଲା ବିଶିଷ୍ଠ କୋଠା ଅଛି। ଏହାର ମୂଲ୍ୟ ପ୍ରାୟ ୧.୮ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି।

Advertisment

ଭୁବନେଶ୍ୱରର ରସୁଲଗଡ଼ରେ ତାଙ୍କର ଏକ ତିନି ମହଲା ବିଶିଷ୍ଟ ଘର ରହିଛି। ସେହିପରି ଭୁବନେଶ୍ୱରର କଳାରାହାଙ୍ଗ ସ୍ଥିତ ଆଶୀର୍ବାଦ ପ୍ଳାଜାରେ ତାଙ୍କର ଏକ ଫ୍ଲାଟ ଅଛି। ଏହା ସହିତ ଭୁବନେଶ୍ୱର, ପୁରୀ, କଟକ ଓ ଯାଜପୁର ପ୍ରମୁଖ ସ୍ଥାନରେ ତାଙ୍କର ୧୬ଟି ପ୍ଲଟ ଅଛି। ଏହି ସବୁ ଘର ଓ ପ୍ଳଟ ଗୁଡ଼ିକର ମୂଲ୍ୟ କେତେ ହେବ, ତାହା ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ମାପଚୁପ ଓ ହିସାବ ଜାରି ରଖିଛି।

ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଠାରୁ ନଗଦ ୧ ଲକ୍ଷ ୨୪ ହଜାର ୬୦୦ ଟଙ୍କା ଜବତ କରାଯାଇଛି। ସେହିପରି ୬୫୦ ଗ୍ରାମର ସୁନା ଅଳଙ୍କାର ମିଳିଛି।ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୨ଟି ଦୁଇ ଚକିଆ ଗାଡ଼ି ଅଛି। ତା’ସହିତ ୧୭ ଲକ୍ଷ ୮୭ ହଜାର ଟଙ୍କାର ଅନ୍ୟା ଗୃହୋପକରଣ ଠାବ କରାଯାଇଛି।  

Advertisment

ଭିଜିଲାନ୍ସର ୮ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ବିଜୟ କୁମାର ପରିଡ଼ାଙ୍କର ରାୟଗଡ଼ାର ଗାନ୍ଧୀ ନଗର ସ୍ଥିତ ସରକାରୀ ଭବନ ସମେତ ଖୋର୍ଦ୍ଧା,କଟକ ଓ ଯାଜପୁରରେ ମିଶି ମୋଟ ୭ଟି ଠିକଣାରେ ଚଢ଼ାଉ କରାଯାଇଛି।

Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe