Advertisment

ମଇଁଷି ନେଇ ଯାଉଥିବା ୨ ଜଣ ଟ୍ରକ ଡ୍ରାଇଭରଙ୍କୁ ପିଟିପିଟି ମାରି ଦେଲେ

ଗୋଟିଏ ଟ୍ରକରେ ୩ ଜଣ ମଇଁଷିମାନଙ୍କୁ ନେଇ ଯାଉଥିବା ବେଳେ ତଥାକଥିତ ଗୋ-ରକ୍ଷାକାରୀମାନେ ସେମାନଙ୍କୁ ଅଟକାଇ ମାଡ଼ ମାରିଥିଲେ। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Truck

Truck

Advertisment

ଉତ୍ତର ପ୍ରଦେଶର ଦୁଇ ଜଣ ଟ୍ରକ ଚାଳକଙ୍କୁ ପିଟିପିଟି ମାରି ଦେଇଛନ୍ତି ତଥାକଥିତ ଗୋ-ରକ୍ଷାକାରୀ। ଶୁକ୍ରବାର ଭୋର ସମୟରେ ଛତିଶଗଡ଼ର ମନ୍ଦିର ସହର ଅରାଙ୍ଗରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି।

Advertisment

ଗୋଟିଏ ଟ୍ରକରେ ୩ ଜଣ ମଇଁଷିମାନଙ୍କୁ ନେଇ ଯାଉଥିବା ବେଳେ ତଥାକଥିତ ଗୋ-ରକ୍ଷାକାରୀମାନେ ସେମାନଙ୍କୁ ଅଟକାଇ ମାଡ଼ ମାରିଥିଲେ। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣଙ୍କ ଘଟଣା ସମ୍ପର୍କରେ ସୂଚନା ଦେବା ବେଳର ଗୋଟିଏ ୫୭ ସେକେଣ୍ଡର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ମୋବାଇଲରେ ରେକର୍ଡ ହୋଇଥିବା ଭିଡିଓରେ ପୀଡ଼ିତ ଜଣଙ୍କ ହସ୍ପିଟାଲରେ ରହିଥିବା ବେଳେ ତାଙ୍କୁ କିଛି ଲୋକ ଘଟଣା ସମ୍ପର୍କରେ ପଚାରିବାର ଦୃଶ୍ୟ ରହିଛି।

Advertisment

ତାଙ୍କ କହିବା କଥା ଯେ ୧୪ରୁ ୧୫ ଜଣ ଲୋକ ସେମାନଙ୍କୁ ଆକ୍ରମଣ କରିଛନ୍ତି। ସେମାନେ ୩ ଜଣଙ୍କୁ ମାଡ଼ ମାରିଥିବା ବେଳେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁପରେ ଆକ୍ରମଣକାରୀମାନେ ୨ ଜଣଙ୍କ ମୃତଦେହକୁ ନିକଟସ୍ଥ ନଦୀ କୂଳକୁ ଫିଙ୍ଗି ଦେଇଥିଲେ।

ନିଜ ଜୀବନ ବଞ୍ଚାଇବାକୁ ପୀଡ଼ିତ ଜଣଙ୍କ ବ୍ରିଜରୁ ତଳକୁ ଡେଇଁ ପଡ଼ିଥିଲେ ବୋଲି ମଧ୍ୟ କହିଛନ୍ତି। ମୃତ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ଶରୀରରେ ଏକାଧିକ ଆଘାତ ଚିହ୍ନ ରହିଛି। ପୁଲିସ୍‌ ମୃତକଙ୍କ ନାଁ ସାର୍ବଜନୀନ କରି ନାହିଁ।

କିନ୍ତୁ ସୂତ୍ର ଅନୁସାରେ, ଦୁଇ ମୃତକ ହେଲେ ଚାନ୍ଦ ମିଆଁ(୨୩) ଓ ଗୁଡୁ ଖାନ(୩୫)। ଆହତ ବ୍ୟକ୍ତି ଜଣଙ୍କ ହେଲେ ସଦାମ କ୍ୟୁରେଶୀ। ୧୫ରୁ ୨୦ ଜଣ ତଥାକଥିତ ଗୋ-ରକ୍ଷାକାରୀ ଟ୍ରକକୁ ଦେଖି ଏଥିରେ ଗୋରୁ ଚାଲଣ ହେଉଥିବା ସନ୍ଦେହ କରିଥିଲେ। ଏହାପରେ ଛତିଶଗଡ଼ ନମ୍ବର ପ୍ଲେଟ ଥିବା ଟ୍ରକକୁ ସେମାନେ ପାଟେୱା ଠାରୁ ପିଛା କରିଥିଲେ।

କିଛି ସମୟ ପିଛା କରିବା ସେମାନେ ଗାଡ଼ିଟିକୁ ମହାନସୀ ଓଭରବ୍ରିଜ ଉପରେ ଅଟକାଇଥିଲେ। ୩ ଜଣଙ୍କୁ ଟ୍ରକରୁ ବାହାର କରି ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ।

ରାୟପୁର ଏସଏଓପି ସନ୍ତୋଷ ସିଂହ କହିଛନ୍ତି, ଏହି ଘଟଣାରେ ଗୋଟିଏ ଏଫଆଇଆର ହୋଇଛି। ଟ୍ରକଟି ମହାସମୁଣ୍ଡରୁ ରାୟପୁର ଆସୁଥିଲା। ଏହାକୁ କିଛି ଲୋକ ପିଛା କରିବା ସହ ଏହା ମଧ୍ୟରେ ଥିବା ୩ ଜଣଙ୍କୁ ମାଡ଼ିମାରିଛନ୍ତି।

ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁତର ଆହତ ହୋଇଥିବା ବ୍ୟକ୍ତିଜଣଙ୍କ ବୟାନ ଦେବାକୁ ସକ୍ଷମ ହୋଇ ନାହାନ୍ତି। ତଥାପି ତାଙ୍କ ବୟାନ ରେକର୍ଡ କରିବାକୁ ପୁଲିସ୍‌ ଉଦ୍ୟମ କରୁଛି। ସ୍ଥାନୀୟ ଅଞ୍ଚଳର ସିସିଟିକୁ ମଧ୍ୟ ଯାଞ୍ଚ କରାଯାଉଥିବା ସେ ସୂଚନା ଦେଇଛନ୍ତି।

Chhattisgarh Truck Driver
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe