Advertisment

ମହଙ୍ଗା ପଡ଼ିଲା ଏକତରଫା ପ୍ରେମ, ଅଙ୍ଗନବାଡି ଦିଦିଙ୍କୁ ପ୍ରେମ ନିବେଦନ କରି ଫସିଗଲେ ବିବାହିତ ଯୁବକ

ଗ୍ରାମବାସୀ ପାଟି ଶୁଣି ଦୌଡ଼ି ଆସି ଜଗନ୍ନାଥଙ୍କୁ ନିର୍ଧୂମ ପିଟିଥିଲେ ଓ କାନ ଧରି ଓଠ ବସ୍ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Love

Love

ବିବାହିତ ଯୁବକଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ। ଅଙ୍ଗନବାଡି ଦିଦିଙ୍କୁ ପ୍ରେମ ନିବେଦନ କରି କାନ ଧରିବା ସହିତ ଗ୍ରାମବାସୀଙ୍କଠାରୁ ନିର୍ଧୁମ ଛେଚା ଖାଇଲେ। ଘଟଣାଟି ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ। ପରେ ଅଙ୍ଗନବାଡ଼ିଙ୍କ ଦିଦିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ଜଗନ୍ନାଥ ସ୍ୱାଇଁ। ତାଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳରେ।

Advertisment

ସୂଚନାନୁସାରେ, ଘୋଳପୁର ଗାଁର ଅଙ୍ଗନବାଡି ଦିଦି ଛଦ୍ମ ନାମ (ମିଲି)ଙ୍କୁ ଜଗନ୍ନାଥ ପ୍ରଥମେ ରଙ୍ଗ ନମ୍ବରରେ ଫୋନ୍ କରିଥିଲେ। ପରେ ତାଙ୍କୁ ଫୋନରେ ପ୍ରେମ ନିବେଦନ କରିଥିଲେ। ଅଙ୍ଗନବାଡି ଦିଦି ଜଗନ୍ନାଥଙ୍କୁ ଏନେଇ ବାରମ୍ବାର ତାଗିଦ କରିଥିଲେ। ହେଲେ ରସକିଆ ଜଗନ୍ନାଥ ତାଙ୍କ କଥା ଶୁଣି ନଥିଲେ। ବାରମ୍ବାର ତାଗିଦ କରିବା ସତ୍ୱେ ଅଙ୍ଗନବାଡ଼ି ଦିଦିଙ୍କୁ ଫୋନ୍ କରି ହାଇରାଣ କରୁଥିଲେ। ଏହାସହ ଅଶିଳ ମେସେଜ ପଠାଇବା ସହ ବିବାହ କରିବା ପାଇଁ ଧମକ ଦେଉଥିଲେ ଜଗନ୍ନାଥ। ଅଙ୍ଗନବାଡ଼ି ଦିଦି ଜଗନ୍ନାଥଙ୍କ ଫୋନ୍ ଆଉ ନ ଉଠାଇବାରୁ ବ୍ୟସ୍ତ ବିବ୍ରତ ହୋଇଯାଇଥିଲେ । ପରେ ନିଜ ପ୍ରେମିକାଙ୍କ ଗାଁକୁ ଯିବାକୁ ଯୋଜନା କରିଥିଲେ। 

ଗତ ଗୁରୁବାର ଦିନ ଜଗନ୍ନାଥ ହଠାତ୍ ଜଗନ୍ନାଥ ଘୋଳପୁର ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ଜଗନ୍ନାଥଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅଙ୍ଗନବାଡି ଦିଦି। ପରେ ଜଗନ୍ନାଥ ଅଙ୍ଗନବାଡି ଦିଦିଙ୍କୁ ସେଇଠାରେ ପ୍ରେମ ନିବେଦନ କରିଥିଲେ। ଜଗନ୍ନାଥ ପ୍ରେମକୁ ଅଙ୍ଗନବାଡି ଦିଦି ଅସ୍ୱୀକାର କରିବାରୁ ତାଙ୍କୁ ଟଣା ଓଟରା କରିଥିଲେ ଜଗନ୍ନାଥ। 

Advertisment

ଗ୍ରାମବାସୀ ପାଟି ଶୁଣି ଦୌଡ଼ି ଆସି ଜଗନ୍ନାଥଙ୍କୁ ନିର୍ଧୂମ ପିଟିଥିଲେ ଓ କାନ ଧରି ଓଠ ବସ୍ କରିଥିଲେ। ଆଉ ଏପରି ଭୁଲ୍‌ କରିବେନି ବୋଲି ଜଗନ୍ନାଥ ଗ୍ରାମବାସୀଙ୍କୁ କହିଥିଲେ। ପରେ ଜଗନ୍ନାଥଙ୍କୁ ପୁଲିସ ଜିମାରେ ଦେଇଥିଲେ ଗ୍ରାମବାସୀ। 

ଏନେଇ ଅଙ୍ଗନବାଡ଼ି ଦିଦି ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରି ଜଗନ୍ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ ଏକତରଫା ପ୍ରେମ କାରଣରୁ ଏଭଳି ଘଟଣା ଘଟିଥିବା ବାଙ୍କୀ ଏସଡିପିଓ ସୂଚନା ଦେଇଛନ୍ତି।

Cuttack Balsore